ଭୁବନେଶ୍ୱର : ଅଗଷ୍ଟ ୧୭ରେ ଓଟିଇଟି ପରୀକ୍ଷା । ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ଘୁଞ୍ଚାଇବା ଦାବି ହେଉଥିଲା। କିନ୍ତୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ନିଷ୍ପତ୍ତିରେ ପରିବର୍ତ୍ତନ କରିନାହାନ୍ତି। ଅଗଷ୍ଟ ୧୭ରେ ରାଜ୍ୟରେ ଓଟିଇଟି ପରୀକ୍ଷା ହେବ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି। ୪୩୦ କେନ୍ଦ୍ରରେ ୧ ଲକ୍ଷ ୪୧ ହଜାର ୨୭୮ ପରୀକ୍ଷା ଦେବେ। ସେଥିରୁ ପେପର-୧ ରେ ୩୪ ହଜାର ୧୧୬ ଏବଂ ପେପର- ୨ରେ ୧ ଲକ୍ଷ ୭ ହଜାର ୧୬୨ ପରୀକ୍ଷାର୍ଥୀ ରହିଛନ୍ତି। ପୂର୍ବାହ୍ଣ ୯ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ପେପର- ୧ ଏବଂ ଅପରାହ୍ଣ ୨ଟା ରୁ ୪ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ପେପରରେ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୭ ରେ ଓଟିଇଟି ଭଳି ବିଭିନ୍ନ ନିଯୁକ୍ତି ଓ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ରହିଛି।