28.1 C
Bhubaneswar
Saturday, May 9, 2026
Homeଓଡିଶାଜମି ଜମା ବିବାଦ ; ୨ ଗୁରୁତର

ଜମି ଜମା ବିବାଦ ; ୨ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖୋରଜୋଡା ଗ୍ରାମରେ ଜମି ଜମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳରେ ଶିକ୍ଷକ ପୁତୁରାର ଠେଙ୍ଗା ମାଡରେ ବଡ ମା ସହିତ ଭାଉଜ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି । ଗତକାଲି ପ୍ରାୟ ୧୦ ଟା ସମୟରେ ଖରଜୋଡାରେ ଥିବା ବାସଭବନ ଆସି ଶିକ୍ଷକ ଦୁର୍ଗେଶ ବାଗ ଓ ତାଙ୍କ ମା ସ୍ଵାଦାମଣି ବାଗ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିବା ଆହତ ବଡ ମା’ କାନ୍ଥିମା ବାଗ ଓ ତୁଳସୀ ବାଗ ଅଭିଯୋଗ ହୋଇଥିଲା । ଏ ନେଇ ବଡ ମା’ ଏବଂ ଭାଉଜ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଥିଲା । ସେ କହିଥିଲେ ଜମିଜମା ବିବାଦକୁ ନେଇ ଏହିଭଳି ଘଟଣା ଘଟାଇଥିବା କହିଥିବାବେଳେ ଶିକ୍ଷକ ଦୁର୍ଗେଶ ବାଗ ଏହାକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ କରିଥିଲେ ଯେ ବଡ ମା ଓ ଭାଉଜ ମିଶି ଗଣ୍ଡଗୋଳ କରିବା ସହ ୫୫ ହଜାର ତିରିଶ ଟଙ୍କା ସହ ୧.୪ଗ୍ରାମର ସୁନା ଚେନ ଟାଣି ନେଇଥିଲେ । ଏହି ସମ୍ପର୍କରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking