29.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶଉତ୍ତର ଭାରତରେ ପ୍ରବଳ ବର୍ଷା : ୩୨ ମୃତ

ଉତ୍ତର ଭାରତରେ ପ୍ରବଳ ବର୍ଷା : ୩୨ ମୃତ

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ଜାରି ରହିଛି ବର୍ଷା। ଦେଶର ଅଧିକାଂଶ ସ୍ଥାନରେ ଲଗାତର ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ସେହିପରି ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କେବଳ ଉତ୍ତର ଭାରତରେ ହିଁ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ମଧ୍ୟ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୨୦ ଜଣଙ୍କ ଜୀବନ ଯାଇଛି।ହିମାଚଳ ପ୍ରଦେଶର ଉଦାରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଗକୁ ଆହୁରି ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏଥିପାଇଁ ୧୮ଟି ରାଜ୍ୟକୁ ଆଲର୍ଟ କରାଯାଇଛି। ରାଜସ୍ଥାନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେହିପରି ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ମିଜୋରାମ, ମଣିପୁର, ତ୍ରିପୁରା, ପଞ୍ଜାବ, ଆସାମ, ମେଘାଳୟ, ତାମିଲନାଡୁ, ମଧ୍ୟପ୍ରଦେଶ, କେରଳ, ବିହାର, ଅରୁଣାଚଳ ପ୍ରଦେଶକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଗତ ଦୁଇ ଦିନ ହେବ ବର୍ଷା ଓ ଭୂସ୍ଖଳନ ଯୋଗୁ ୨୮୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି। ସକାଳୁ ରାଜସ୍ଥାନ ଜୟପୁରରେ ବର୍ଷା ଜାରି ରହିଛି। ରବିବାର ବର୍ଷା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜୟପୁର କୋନତା ଡ୍ୟାମ୍‌ର ଜଳସ୍ତର ବଢ଼ିବା ଯୋଗୁ ୫ ଜଣ ଭାସି ଯାଇଥିବା ଅଧିକାରୀମାନେ କହିଛନ୍ତି। ସେହିପରି ଭରତପୁରରେ ପାଣିରେ ବୁଡି ଯାଇ ୭ ପିଲାଙ୍କ ମୃତ୍ୟୁ ହୋଇଛି। ଶନିବାର ରାତିରୁ ଲଗାତାର ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜସ୍ଥାନର ଜୟପୁର ସହର ଓ ଜୟପୁର ଗ୍ରାମୀଣ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking