29.1 C
Bhubaneswar
Thursday, May 7, 2026
Homeଓଡିଶାଚଢ଼ିଗଲା ଟ୍ରକ୍ ; ଦମ୍ପତି ମୃତ

ଚଢ଼ିଗଲା ଟ୍ରକ୍ ; ଦମ୍ପତି ମୃତ

ନବରଙ୍ଗପୁର : ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ୍। ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ରାବଣାଗୁଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହେଲେ ଦୁର୍ଘଟଣାରେ ବଞ୍ଚି ଯାଇଛି ଦମ୍ପତିଙ୍କ ୯ ବର୍ଷର ପୁଅ। ଆହତ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଦମ୍ପତି ଓ ତାଙ୍କ ପୁଅ ବାଇକ୍ ଯୋଗେ ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ମହାଦେବଙ୍କ ଉପରେ ପାଣି ଢାଳି ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିଲେ। ରାବଣାଗୁଡ଼ା ଛକ ନିକଟରେ ଦମ୍ପତିଙ୍କୁ ଟ୍ରକ୍‌ଟି ଧକ୍କା ଦେଇଥିଲା। ପରେ ଦମ୍ପତି ତଳେ ଛିଟିକି ପଡ଼ି ଯାଇଥିଲେ। ଟ୍ରକଟି ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking