28.1 C
Bhubaneswar
Saturday, May 9, 2026
Homeଓଡିଶାଆଜି ବାହାରିବ ବିଇଡି, ବିଏଚ୍‌‌ଇଡି ମେଧା ତାଲିକା

ଆଜି ବାହାରିବ ବିଇଡି, ବିଏଚ୍‌‌ଇଡି ମେଧା ତାଲିକା

ଭୁବନେଶ୍ୱର: ବିଇଡି, ବିଏଚ୍‌‌ଇଡି ଏବଂ ଏମ୍‌‌ଇଡି ନାମଲେଖା ପାଇଁ ସୋମବାର  ପ୍ରଥମ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୨ରୁ ୧୬ତାରିଖ ମଧ୍ୟରେ ଆବଶ୍ୟକ ଫି’ ଦାଖଲ କରିବେ। ଫି’ ଦାଖଲ ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ୧୩ ତାରିଖ ପୂର୍ବାହ୍ନ ୧୦ଟାରୁ ୧୭ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇ ପାରିବେ। ୨୪ ତାରିଖ ଅପରାହ୍ଣ ୨ଟାରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୭ରୁ ୨୯ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସେପ୍ଟେମ୍ୱର ୫ ଅପରାହ୍ଣ ୨ଟାରେ ତୃତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ୬, ୯ ଏବଂ ୧୦ ତାରିଖରେ ନାମଲେଖା ହେବ। ସେହିପରି ସେପ୍ଟେମ୍ୱର ୧୭ରେ ଚତୁର୍ଥ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୮ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ। ସେପ୍ଟେମ୍ୱର ୨୩ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking