30.1 C
Bhubaneswar
Saturday, May 9, 2026
Homeଦେଶ ବିଦେଶଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ଯବାନ ସହିଦ

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ଯବାନ ସହିଦ

ଜାମ୍ମୁ: ଜାମ୍ମୁ-କାଶ୍ମିର ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ଯବାନ ସହିଦ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ଜଣ ନାଗରିକ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
କୋକରାନାଗର ଗାଗରମାଣ୍ଡୁ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି। ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଘଞ୍ଚ ଜଙ୍ଗଲରେ ସେନା-ସିଆରପିଏଫ ଏବଂ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗାଗରମାଣ୍ଡୁ ଜଙ୍ଗଲରେ ଜୈସ ଏ ମହମ୍ମଦ ସଙ୍ଗଠନର ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ଖବର ମିଳିବା ପରେ ଭାରତୀୟ ସେନା, ଜମ୍ମୁକାଶ୍ମୀର ପୁଲିସ ଓ ସିଆରପିଏଫର ମିଳିତ ଟିମ ଜଙ୍ଗଲରେ ପ୍ରବେଶ କରିଥିଲେ । ଜଙ୍ଗଲରେ ସେନାକୁ ଦେଖିବା ମାତ୍ରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ଜଣ ଯବାନ ସହିଦ ହୋଇଥିଲେ ଏବଂ ୩ଜଣ ଆହତ ହୋଇଥିଲେ। ଏହାସହିତ ଆତଙ୍କୀଙ୍କ ଗୁଳିରେ ୨ ନାଗରିକ ମଧ୍ୟ ଆହତ ହୋଇଥିଲେ। ଏବେ ବି ଗାଗରମାଣ୍ଡୁ ଜଙ୍ଗଲରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking