25.9 C
Bhubaneswar
Tuesday, April 7, 2026
Homeଅପରାଧକୋଲକାତା ଟ୍ରେନି ଡାକ୍ତରାଣୀ ହତ୍ୟାକାଣ୍ଡ: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

କୋଲକାତା ଟ୍ରେନି ଡାକ୍ତରାଣୀ ହତ୍ୟାକାଣ୍ଡ: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

କୋଲକାତା: କୋଲକାତା ଟ୍ରେନି ଡାକ୍ତରାଣୀ ହତ୍ୟାକାଣ୍ଡ ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି। ଶନିବାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଏଥିରେ ପୀଡ଼ିତାଙ୍କୁ ହତ୍ୟା କରାଯିବା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ଉଲ୍ଲେଖ ରହିଛି। ତାଙ୍କ ଗୁପ୍ତାଙ୍ଗରୁ ରକ୍ତସ୍ରାବ ସହ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଛି। ଏପରିକି ତାଙ୍କ ବେକର ପଛଭାଗ ହାଡ ମଧ୍ୟ ଭାଙ୍ଗିଯାଇଛି। ଦୁଷ୍କର୍ମ ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା କୋଲକାତା ପୁଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ସଞ୍ଜୟ ରାୟ ନାମକ ଜଣେ ମେଡିକାଲ କଲେଜର ଜଣେ କର୍ମଚାରୀକୁ ଗିରଫ କରିଛି।

ଶୁକ୍ରବାର ସକାଳେ କୋଲକାତା ସ୍ଥିତ ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲରୁ ଜଣେ ଯୁବ ଡାକ୍ତରାଣୀଙ୍କ ଅର୍ଦ୍ଧଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା। ମୃତକଜଣକ ଏହି ମେଡିକାଲ କଲେଜ୍‌ରେ ୨ୟ ବର୍ଷ ପିଜି ଡାକ୍ତରାଣୀ ଭାବେ ପାଠପଢ଼ିବା ସହ ମେଡିକାଲ ଅଭ୍ୟାସ ମଧ୍ୟ କରୁଥିଲେ। ତେବେ ମୃତ ଡାକ୍ତରାଣୀଙ୍କ ବାପା ପ୍ରଥମରୁ ହିଁ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରିଥିଲା। ଅନ୍ୟପକ୍ଷେ ଏପ୍ରକାର ଏକ ଅଭାବନୀୟ ଘଟଣାକୁ ନେଇ ଉକ୍ତ ମେଡିକାଲ କଲେଜରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଅନ୍ୟ ଛାତ୍ରଛାତ୍ରୀମାନେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ପୋଷ୍ଟମୋର୍ଟମର ପ୍ରାଥମିକ ରିପୋର୍ଟ ଆସିଛି।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜି ଏହି ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ମମତା କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅତ୍ୟନ୍ତ ଘୃଣ୍ୟ। ଆବଶ୍ୟକ ହେଲେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ରାଜ୍ୟରେ ଏପ୍ରକାର ଘଟଣାକୁ କଦାପି ବରଦାସ୍ତ କରାଯିବନାହିଁ। ଦୋଷୀ ଯିଏ କିଏ ମଧ୍ୟ ହୋଇଥାନ୍ତୁ ନା କାହିଁକି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ। ମମତାଙ୍କ କହିବାନୁସାରେ “ଛାତ୍ରଛାତ୍ରୀଙ୍କ ଦାବି ଏବଂ ଆନ୍ଦୋଳନ ଯଥାର୍ଥ। ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସମର୍ଥନ ସେମାନଙ୍କ ସହ ରହିଛି। ପୁଲିସ ମଧ୍ୟ ସେମାନଙ୍କ ଦାବି ଗ୍ରହଣ କରିଛି। ଅପରାଧୀ ବିରୁଦ୍ଧରେ କଠୋରରୁ କଠୋର ଦଣ୍ଡବିଧାନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking