27.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଇସ୍ରାଏଲ ଉପରେ ଆକ୍ରମଣକୁ ନେଇ ଇରାନରେ ସେନା ଓ ସରକାରଙ୍କ ମଧ୍ୟରେ ମତଭେଦ !

ଇସ୍ରାଏଲ ଉପରେ ଆକ୍ରମଣକୁ ନେଇ ଇରାନରେ ସେନା ଓ ସରକାରଙ୍କ ମଧ୍ୟରେ ମତଭେଦ !

ତେହେରାନ: ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ଏବଂ ଇସ୍ଲାମିକ ରିଭୋଲ୍ୟୁସନରି ଗାର୍ଡ କୋର୍ (ଆଇଆରଜିସି)ର କିଛି କଠୋରପନ୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ତେହେରାନରେ ହାମାସ ନେତା ଇସ୍ମାଇଲ ହାନିଆଙ୍କ ହତ୍ୟା ଘଟଣାରେ ଇରାନର ପ୍ରତିକ୍ରିୟାକୁ ନେଇ ଏହି ବିବାଦ ଲାଗି ରହିଛି। ଏହି ହତ୍ୟାକାଣ୍ଡ ପରେ ଇସ୍ରାଏଲ ବିରୋଧରେ କିଭଳି ଜବାବ ଦିଆଯିବ ସେନେଇ ଇରାନ ସରକାର ବିଭାଜିତ ହୋଇପଡ଼ିଛନ୍ତି। ଆଇଆରଜିସି ତେଲ ଆଭିବ ଏବଂ ଇସ୍ରାଏଲର ଅନ୍ୟ ପ୍ରମୁଖ ସହରଉପରେ ସିଧାସଳଖ ଏବଂ ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାଯାଇଛି।

ତେବେ ହତ୍ୟାର କିଛି ଦିନ ପୂର୍ବରୁ ଦାୟିତ୍ୱ ଗ୍ରହଣ କରିଥିବା ରାଷ୍ଟ୍ରପତି ପେଜେସ୍କିଆନ୍ ଆଇଆରଜିସିର ରଣନୀତିକୁ ବିରୋଧ କରୁଛନ୍ତି। ଏକ ସଂପୂର୍ଣ୍ଣ ଯୁଦ୍ଧ ପାଇଁ ଇରାନ ସରକାର ପ୍ରସ୍ତୁତ ନଥିବା କୁହାଯାଉଛି । ପେଜେଶକିଆନ ତାଙ୍କ ଉଦାରବାଦୀ ଆଭିମୁଖ୍ୟ ଏବଂ ଆଇଆରଜିସି ସମର୍ଥିତ ପ୍ରାର୍ଥୀଙ୍କ ଉପରେ ତାଙ୍କର ନିର୍ବାଚନୀ ବିଜୟ ପାଇଁ ଜଣାଶୁଣା । ଆଇଆରଜିସି ଇସ୍ରାଏଲ ବାହାରେ ଥିବା ମୋସାଦ ଘାଟି ଉପରେ ଆକ୍ରମଣ କରିବା କଥା କହୁଛନ୍ତି। ବିଶେଷ କରି ଆଜରବାଇଜାନ ଓ ଇରାକି କୁର୍ଦିସ୍ତାନ ଭଳି ପଡ଼ୋଶୀ ଅଞ୍ଚଳରେ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଇସ୍ରାଏଲ ସହ ଯୁଦ୍ଧ ଆଶଙ୍କା ହ୍ରାସ ପାଇବ ବୋଲି ସେ ମନେକରୁଛନ୍ତି। ଏହି ସଂଘର୍ଷ ଇରାନ ପାଇଁ ଗମ୍ଭୀର ପରିଣାମ ଆଣିପାରେ ବୋଲି ପେଜେସ୍କିଆନ୍ ବିଶ୍ୱାସ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking