21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶବାଳିକାଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୯ବର୍ଷକୁ ହ୍ରାସ କରିବା ଲାଗି ପ୍ରସ୍ତାବ

ବାଳିକାଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୯ବର୍ଷକୁ ହ୍ରାସ କରିବା ଲାଗି ପ୍ରସ୍ତାବ

ବାଗଦାଦ : ଇରାକ ପାର୍ଲାମେଣ୍ଟରେ ଏକ ବିବାଦୀୟ ବିଧେୟକ ଆଗତ ହୋଇଛି। ଆଗତ ବିଧେୟକରେ ଦେଶର ବାଳିକାଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୯ବର୍ଷକୁ ହ୍ରାସ କରିବା ଲାଗି ପ୍ରସ୍ତାବ ରଖାଯାଇଛି। ଏହା ସହିତ ବାଳକଙ୍କ ସର୍ବନିମ୍ନ ବିବାହ ବୟସ ୧୫ବର୍ଷ ରଖିବାକୁ ପ୍ରସ୍ତାବ ରହିିଛି। ବାଳକ ଓ ବାଳିକାଙ୍କ ବିବାହ ବୟସକୁ ଏତେ କମ୍ କରାଯିବାକୁ ନେଇ ମାନବାଧିକାର ସଂଗଠନ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ବର୍ତ୍ତମାନ ସମୟରେ ଇରାକରେ ପ୍ରଚଳିତ ନିୟମରେ ବାଳକ ଓ ବାଳିକାଙ୍କର ବିବାହ କରିବାର ସର୍ବନିମ୍ନ ବୟସ ୧୮ବର୍ଷ ରହିଛି। ୧୯୫୯ରୁ ଏହି ନିୟମ କାର୍ୟ୍ୟକାରୀ ହୋଇଆସୁଛି। ଯଦି ବାଳିକାଙ୍କ ବିବାହ ବୟସ ୯ବର୍ଷକୁ ହ୍ରାସ କରାଯାଏ ତେବେ ଦେଶରେ ବାଲ୍ୟ ବିବାହ ବୃଦ୍ଧି ପାଇବା ସହିତ ବାଳିକାମାନେ ଅଧିକ ମାତ୍ରାରେ ନିର୍ୟାତିତ ହେବେ। ଇରାକର ମହିଳା ସଂଗଠନ, ମାନବାଧିକାର ସଂଗଠନ ଓ ସାମାଜିକ କର୍ମୀମାନେ ଏହି ବିଧେୟକକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ବାଳିକାଙ୍କ ବିବାହ ବୟସ କମ୍ କରାଗଲେ ଏହା ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ସହିତ ଅନ୍ୟାନ୍ୟ ଦିଗକୁ ପ୍ରଭାବିତ କରିବ। ବିବାହ ଦ୍ବାରା ବାଳିକାମାନେ କମ୍ ବୟସରୁ ଗର୍ଭଧାରଣ କରିବେ। ଫଳରେ ସେମାନେ ପଢିବା ଲାଗି ବିଦ୍ୟାଳୟକୁ ଯାଇପାରିବେ ନାହିଁ। ଦେଶରେ ଘରୋଇ ହିଂସା ମାମଲା ବଢିବ। ୟୁନିସେଫ୍‌ର ରିପୋର୍ଟ ଅନୁଯାୟୀ ଇରାକର ୨୮ ପ୍ରତିଶତ ବାଳିକା ୧୮ବର୍ଷରୁ କମ୍ ବୟସରେ ବିବାହ କରୁଛନ୍ତି। ଏବେ ବାଳିକାଙ୍କ ବିବାହ ବୟସ କମ୍ ସମ୍ପର୍କିତ ବିଧେୟକ ଗୃହୀତ ହେଲେ ବାଳିକାମାନେ ଆହୁରି ନିର୍ୟାତିତ ହେବା ସହିତ ଦେଶ ବହୁତ ପଛକୁ ଚାଲିଯିବ। ରକ୍ଷଣଶୀଳ ଇରାକରେ ପୁରୁଷଙ୍କ ପ୍ରାଧାନ୍ୟ ବଜାୟ ରହିଥିବାବେଳେ ନୂଆ ବିଧେୟକ ଏହାକୁ ଆହୁରି ପ୍ରୋତ୍ସାହନ ଦେବ। ତେବେ ବିଧେୟକକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ କହିଛନ୍ତି ନୂଆ ଆଇନ ଦ୍ବାରା ଇସଲାମିକ ନିୟମ ଦୃଢ ହେବ। ବାଳିକାମାନଙ୍କୁ ଅନୈତିକ ସମ୍ପର୍କରୁ ରକ୍ଷା କରାଯାଇପାରିବ। ପ୍ରସ୍ତାବିତ ଆଇନକୁ ସିହା ଓ ସୁନ୍ନି ଅଧିକ ମାତ୍ରାରେ ଅନୁସରଣ କରିବେ। ମାତ୍ର ଏହାକୁ ଇରାକର ଅନ୍ୟ ସମ୍ପ୍ରଦାୟ ଗ୍ରହଣ କରିବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking