26.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶଜେଲ୍‌ରୁ ବାହାରିବା ପରେ ମନୀଷ ସିସୋଦିଆ ଫଟୋ ସେୟାର କରି କହିଲେ...

ଜେଲ୍‌ରୁ ବାହାରିବା ପରେ ମନୀଷ ସିସୋଦିଆ ଫଟୋ ସେୟାର କରି କହିଲେ…

ନୂଆଦିଲ୍ଲୀ : ଜେଲ୍‌ରୁ ବାହାରିଛନ୍ତି ଆମ୍‌ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଜେଲ୍‌ରୁ ବାହାରିବା ପରେ ସେ ଭାବୁକ ହୋଇପଡିଛନ୍ତି। ସେ ଆଜି ସକାଳୁ ନିଜ ପତ୍ନୀଙ୍କ ସହ ବସି ଚା’ ପିଇଛନ୍ତି। ଏହି ସମୟର ଏକ ଫଟୋକୁ ସେ ନିଜ ସୋଶାଲ ମିଡିଆରେ ସେୟାର କରିଛନ୍ତି। ଏହା ସହ ସିସୋଦିଆ ତାଙ୍କ ପୋଷ୍ଟ୍‌‌ରେ ଲେଖିଛନ୍ତି,’ସ୍ୱାଧୀନତାର ପ୍ରଥମ ସକାଳର ଚା’,୧୭ ମାସ ପରେ! ସେହି ସ୍ବାଧୀନତା ଯାହା ସମ୍ବିଧାନ ଆମ ସମସ୍ତ ଭାରତୀଙ୍କୁ ବଞ୍ଚିବାର ଅଧିକାରର ଗ୍ୟାରେଣ୍ଟି ରୂପରେ ଦେଇଛି । ସେହି ସ୍ବାଧୀନତା ଯାହା ଭଗବାନ ଆମକୁ ଖୋଲା ଆକାଶରେ ନିଃଶ୍ୱାସ ନେବାକୁ ଦେଇଛନ୍ତି’ । ତେବେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନୀଷ ସିସୋଦିଆ ଦେଢ଼ ବର୍ଷ ହେବ ଜେଲରେ ଥିଲେ। ଗତକାଲି ସେ ୧୭ ମାସ ପରେ ତିହାର ଜେଲରୁ ବାହାରିଥିଲେ। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ଓ ତାଙ୍କ ବାପା-ମା’ଙ୍କୁ ଭେଟିଥିଲେ। ଏହି ସମୟରେ ସୁନୀତା କେଜ୍ରିୱାଲ ମନୀଷ ସିସୋଦିଆଙ୍କୁ ଭେଟିବା ପରେ ଭାବୁକ ହୋଇପଡିଥିଲେ। ମନୀଷ ସିସୋଦଆ କେଜ୍ରିୱାଲଙ୍କ ବାପା-ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଦିଲ୍ଲୀ ସରକାରର ମନ୍ତ୍ରୀ ଏବଂ ବିଧାୟକଙ୍କୁ ମଧ୍ୟ ଭେଟିଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କ ବାରମ୍ବାର ଜାମିନ ଆବେଦନ ଖାରଜ ହେବା ପରେ ଗତକାଲି ତାଙ୍କୁ ଜାମିନ ମିଳିଥିଲା। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ମନୀଷଙ୍କୁ ଜାମିନ ଦେବା ବେଳେ କୋର୍ଟ କହିଥିଲେ ଯେ ତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଅଧିକାରରୁ ବଞ୍ଚିତ କରାଯାଇଛି। କାରଣ ତାଙ୍କୁ ବର୍ଷେରୁ ଅଧିକ ଦିନ ହେଲାଣି ଜେଲ୍‌ରେ ରଖାଯାଇଛି ଓ ଏହି ମାମଲାର ଶୁଣାଣି ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଉନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking