30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଆଇଏସ୍ ଆତଙ୍କବାଦୀ ରିଜୱାନ ଗିରଫ

ଆଇଏସ୍ ଆତଙ୍କବାଦୀ ରିଜୱାନ ଗିରଫ

ନୂଆଦିଲ୍ଲୀ : ଆଇଏସ୍ ଆତଙ୍କବାଦୀ ରିଜୱାନ ଗିରଫ । ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛି। ଆଇଏସ୍ ମଡ୍ୟୁଲର ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଏହି ଆତଙ୍କବାଦୀର ନାମ ରିଜୱାନ ଅଲ୍ଲୀ ବୋଲି ଜଣାପଡ଼ିଛି। ରିଜୱାନ ଦିଲ୍ଲୀର ଦରିଆଗଞ୍ଜର ବାସିନ୍ଦା। ଏନଆଇଏ ରିଜୱାନଙ୍କ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ରିଜୱାନ ଏବଂ ତାଙ୍କ ସହଯୋଗୀମାନେ ଦିଲ୍ଲୀର ଅନେକ ଭିଆଇପି ଅଞ୍ଚଳରେ ରେକି କରିଥିଲେ। ତଦନ୍ତକାରୀ ସଂସ୍ଥା ଏନଆଇଏ ଆତଙ୍କବାଦୀ ରିଜୱାନଙ୍କୁ ୱାଣ୍ଟେଡ ଘୋଷଣା କରିଛି। ରିଜୱାନ ପୁଣେ ଆଇଏସଆଇଏସ ମଡ୍ୟୁଲର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଥିଲା। ପୁଣେ ପୁଲିସ ଏବଂ ଏନଆଇଏ ପୁଣେ ମଡ୍ୟୁଲର ଅନେକ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ରିଜୱାନ ଦୀର୍ଘ ଦିନ ଧରି ଫେରାର ଥିଲେ। ଏହି ଆତଙ୍କବାଦୀମାନେ ଦିଲ୍ଲୀ ଏବଂ ମୁମ୍ବାଇର ଅନେକ ଭିଭିଆଇପି ଅଞ୍ଚଳରେ ମଧ୍ୟ ରେକି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking