22.1 C
Bhubaneswar
Thursday, February 12, 2026
Homeଓଡିଶା“ସବୁଜ ସୁନ୍ଦର କୋରେଇ” ଅଭିଯାନର ଶୁଭାରମ୍ଭ କଲେ ଆକାଶ

“ସବୁଜ ସୁନ୍ଦର କୋରେଇ” ଅଭିଯାନର ଶୁଭାରମ୍ଭ କଲେ ଆକାଶ

ଯାଜପୁର : ଆଜି ସକାଳ ସମୟରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ଖମଣ ଗ୍ରାମପଂଚାୟତ ଶଙ୍ଖଚିଲା ହିଙ୍ଗୁଳା ପୀଠରେ ମା’ଙ୍କୁ ଦର୍ଶନ କରି ଶଙ୍ଖଚିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ବୃକ୍ଷରୋପଣ କରି “ସବୁକ ସୁନ୍ଦର କୋରେଇ” ଅଭିଯାନରେ ଶୁଭାରମ୍ଭ କରିଥିଲେ । ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠ, ବଢେଇଟିକର ବୁଢୀ ବାସୁଳେଇ ପୀଠରେ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷପରେ ଶଙ୍ଖଚିଲା ବଜାର, ମଠପାଟଣା, ବଢେଇଟିକର, ଠାକୁରପାଟଣା ଗ୍ରାମରେ ୪୦୦୦ ବୃକ୍ଷ ବଂଟନ କରାଯାଇଥିଲା । ପିଜୁଳି, ଆମ୍ବ, ଲେମ୍ବୁ ଆଦି ବିଭିନ୍ନ ପ୍ରକାର ଫଳବୃକ୍ଷ ବଂଟନ କରାଯାଇଥିଲା । ବର୍ତମାନ ଜଳବାୟୂ ପରିବର୍ତନ ଯୋଗୁ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ ଘଟୁଛି । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଧନଜୀବନ ହାନୀ ହେଉଛି । ଗଛ ଲଗାଇବା ଦ୍ୱାରା ଏହିସବୁ ସମସ୍ୟାରୁ କିଛିମାତ୍ରାରେ ମୁକ୍ତି ମିଳିପାରିବ ବୋଲି ଆଶା ବାନ୍ଧିଛନ୍ତି ଶ୍ରୀ ଦାସନାୟକ । ଏହା ସହିତ ଏହି ଗଛ ଛାଇରେ ଲୋକେ ଆରାମ ପାଇବେ, ରାସ୍ତାରେ ଯାତାୟତ କରୁଥିବା ପଥଚାରୀମାନେ ଟିକେ ବିଶ୍ରାମ ନେଇପାରିବେ ଏବଂ ଫଳ ଫଳିଲେ ତା’ର ଫଳ ଖାଇ ଲୋକେ ଭୋକ ମେଂଟାଇ ପାରିବେ ବୋଲି ଶ୍ରୀ ଦାସନାୟକ କହିଛନ୍ତି । ସଂପ୍ରତି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜନବସତି ଗଢିଉଠୁଛି । ଲୋକମାନେ ଆବଶ୍ୟକୀୟ ଗୃହ ଉପକରଣ ଏବଂ ଗୃହ ନିର୍ମାଣ କରିବାକୁ ଜଙ୍ଗଲ ଧ୍ୱଂସ କରିବାରେ ଲାଗିଛନ୍ତି । ଏମିତିକି ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରିବାକୁ ପଛାଉନାହାଁନ୍ତି । ଗଛ କାଟିବା ଦ୍ୱାରା ବାୟୂମଣ୍ଡଳରୁ ଆସ୍ତେ ଆସ୍ତେ ଅମ୍ଳଜାନ କମିଯାଉଛି । ଅମ୍ଳଜାନ କମିଯିବାରୁ ଲୋକମାନେ ମୃତ୍ୟୁବରଣ କରୁଛନ୍ତି । ଏହିସବୁ ସମସ୍ୟାରୁ ମୁକ୍ତି ପାଇବାପାଇଁ ଗଛ ଲଗାଇବା ନିତାନ୍ତ ଜରୁରୀ ଅଟେ । ନିଜର କର୍ମମୟ ଜୀବନରୁ ସମୟ ବାହାରକରି ସମସ୍ତଙ୍କୁ କିଛି କିଛି ଗଛ ଲଗାଇବାକୁ ନିବେଦନ କରିଛନ୍ତି । ତାଙ୍କର ଏହି ପ୍ରୟାସ ଆଗାମୀ ପିଢିପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କରିବା । କୋରେଇକୁ ସବୁଜସୁନ୍ଦର କରି ଗଢିତୋଳିବା । ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ଘରେ ଗଛ ପହଂଚାଇବା ପାଇଁ ଶ୍ରୀ ଦାସନାୟକ ପ୍ରୟାସ ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ପ୍ରମୁଖ ବହୁ ବିଜେପି ନେତା ପ୍ରମୁଖ କାର୍ଯ୍ୟ କ୍ରମ ରେ ସାମିଲ ହୋଇ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking