26.1 C
Bhubaneswar
Saturday, March 14, 2026
Homeଓଡିଶାବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପାଟଦୋହଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ମେଡିକାଲ ନ ନେଇ ଗୁଣିଆ ପାଖକୁ ନେଇଗଲେ ପରିବାର ଲୋକେ। ଅକାଳରେ ଚାଲିଗଲା ଜଣେ ବ୍ୟକ୍ତି ଜୀବନ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୁରୁଣାକଟକ ଥାନା ପାଟଦୋହଲି ଗାଁର ହେମାନନ୍ଦ ପ୍ରଧାନ। ଗତକାଲି ରାତିରେ ହେମାନନ୍ଦ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରେ ସାପଟିକୁ ଗ୍ରାମବାସୀ ଧରି ଏକ ହାଣ୍ଡିରେ ପୂରାଇ ରଖିଥିଲେ। ହେମାନନ୍ଦଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଅବସ୍ଥା ଗୁରୁତର ହେବାରୁ ହେମାନନ୍ଦଙ୍କଙ୍କୁ ଡାକ୍ତର ବୁର୍ଲା ରେଫର୍ କରିଥିଲେ। ହେଲେ ପରିବାର ଲୋକ ହେମାନନ୍ଦଙ୍କୁ ବୁର୍ଲା ନେବା ବଦଳରେ ଘରକୁ ଫେରାଇ ଆଣିଥିଲେ। ଘରେ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। ହେଲେ ଗୁଣିଆର ଝଡ଼ାଫୁଙ୍କା ସାଙ୍ଗକୁ ମନ୍ତୁରା ପାଣି କାମ ଦେଇ ନଥିଲା। ଶେଷରେ ହେମାନନ୍ଦଙ୍କ ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking