20.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶକେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌; ଡେଥ୍ ଚାମ୍ବର ସାଜିଛନ୍ତି କୋଚିଂ ସେଣ୍ଟର

କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌; ଡେଥ୍ ଚାମ୍ବର ସାଜିଛନ୍ତି କୋଚିଂ ସେଣ୍ଟର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦିଲ୍ଲୀରେ ଥିବା କୋଚିଂ ସେଣ୍ଟରଗୁଡ଼ିକ ଏବେ “ଡେଥ୍ ଚାମ୍ବର” ବା ମୃତ୍ୟୁର ପ୍ରକୋଷ୍ଠ ସାଜିଥିବା କହିଛନ୍ତି । ଏନେଇ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ମଧ୍ୟ ଜାରି କରିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯିବା ଉପରେ ଏହି ନୋଟିସ୍ ଜାରି କରାଯାଇଛି । କୋଚିଂ ସେଣ୍ଟର ଖୋଲିବା ପାଇଁ ଅନୁମତି ଦିଆଯିବା ପୂର୍ବରୁ ଏନେଇ ଥିବା ଗାଇଡଲାଇନ୍ ବା ନିୟମ ପାଳନ ହୋଇଛି କି ନାହିଁ ସେସମ୍ପର୍କରେ ଯାଞ୍ଚ୍ କରାଯିବା ଉଚିତ୍ । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଦିଗରେ ଉଦ୍ଦିଷ୍ଟ ସୁରକ୍ଷା ନିୟମ ଲାଗୁ ହୋଇଛି କି ନାହିଁ, ସେମାନଙ୍କୁ ନୋ ଅବଜେକ୍‌ସନ୍ ସାର୍ଟିଫିକେଟ୍ ମିଳିଛି କି ନାହିଁ ସେନେଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ନୋଟିସ୍ ଜାରି କରି ସୁପ୍ରିମକୋର୍ଟ ପଚାରିଛନ୍ତି । ଏଥିସହ ଏହି ମାମଲାରେ କୋର୍ଟଙ୍କୁ ସହାୟତା କରିବାକୁ ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି ।
ପ୍ରକାଶ, ଦିଲ୍ଲୀ ସ୍ଥିତ ରାଓ ଆଇଏଏସ୍ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ବନ୍ୟା ପାଣି ପ୍ରବେଶ କରିବା ଏବଂ ଏଥିରେ ୩ ଆଇଏଏସ ଆଶାୟୀଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସୋମବାର ଏହି ଘଟଣାରେ ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଏପ୍ରକାର ଘଟଣାକୁ ‘ଆଖି ଖୋଲିବା’ ପରି ଘଟଣା ବୋଲି ଅଭିହିତ କରିଛନ୍ତି । କୋଚିଂ ସେଣ୍ଟରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ଜୀବନ ସହିତ ଖେଳୁଥିବା ଭଳି ପ୍ରତୀତ ହେଉଛି ବୋଲି ଖଣ୍ଡପୀଠ ବ୍ୟକ୍ତ କରିଛନ୍ତି । ଖଣ୍ଡପୀଠଙ୍କ କହିବାନୁସାରେ ଯଦି କୋଚିଂ ସେଣ୍ଟରଗୁଡିକ ସୁରକ୍ଷା ନିୟମ ପୂରଣ କରି ପାରୁନାହାନ୍ତି ତେବେ ଅନଲାଇନ୍ ମୋଡରେ ପରିଚାଳନା କରନ୍ତୁ । ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ନିରାପତ୍ତା ନିୟମ ଏବଂ ମୌଳିକ ଆଦର୍ଶକୁ ସମ୍ପୂର୍ଣ୍ଣରୂପେ ପାଳନ ନ କରିବା ପର୍ଯ୍ୟନ୍ତ ଅନଲାଇନ୍‌ରେ କ୍ଲାସ୍ କରାଯାଇପାରିବ । ଉପଯୁକ୍ତ ଭେଣ୍ଟିଲେସନ୍‌, ସୁରକ୍ଷା ମାର୍ଗ, ବାୟୁ ଏବଂ ଆଲୋକ ଚଳାଚଳ ହୋଇ ପାରୁଥିବା ସ୍ଥାନରେ କୋଚିଂ ସେଣ୍ଟର କରାଯାଉ ।
ସେହିପରି ଶୁଣାଣି ସମୟରେ ସୁପ୍ରିମକୋର୍ଟ କୋଚିଂ ସେଣ୍ଟର ଫେଡେରେଶନର ସଭାପତି, ସଚିବ ଏବଂ କୋଷାଧ୍ୟକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ପକାଇଛନ୍ତି । ଏମାନେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିବାରୁ ସୁପ୍ରିମକୋର୍ଟ ଏହି ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଯେଉଁ ରାଓ କୋଚିଂ ସେଣ୍ଟରକୁ ସବୁଦିନ ପାଇଁ ବନ୍ଦ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ସିଭିକ ବଡି ମୁଖ୍ୟଙ୍କୁ ଦିଲ୍ଲୀ ହାଇକୋର୍ଟ ସମନ୍ ଜାରି କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ବରିଷ୍ଠ ଅଧିକାରୀଙ୍କ ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ସେନେଇ କୈଫିୟତ୍ ତଲବ କରିଛନ୍ତି ହାଇକୋର୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking