32.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶହରିଆଣାବାସୀଙ୍କୁ ଦିଲ୍ଲୀ ସରକାରଙ୍କ ଉପହାର; ଦିଲ୍ଲୀରୁ ଗୁଭାନା-ମାଜରି ପର୍ଯ୍ୟନ୍ତ ବସ୍ ସେବା ସମ୍ପ୍ରସାରିତ

ହରିଆଣାବାସୀଙ୍କୁ ଦିଲ୍ଲୀ ସରକାରଙ୍କ ଉପହାର; ଦିଲ୍ଲୀରୁ ଗୁଭାନା-ମାଜରି ପର୍ଯ୍ୟନ୍ତ ବସ୍ ସେବା ସମ୍ପ୍ରସାରିତ

ଚଣ୍ଡିଗଡ:  ଆମ୍ ଆଦମୀ ପାର୍ଟି (ଆପ୍‌)ର ହରିଆଣା ପ୍ରଦେଶ ଉପାଧ୍ୟକ୍ଷ ଅନୁରାଗ ଢ଼ାଣ୍ଡା ଆଜି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦିଲ୍ଲୀରୁ ହରିଆଣାର ଝାଜ୍ଜର ଜିଲ୍ଲାର ଗୁଭାନା-ମାଜ୍ରି ଗ୍ରାମ ପର୍ଯ୍ୟନ୍ତ ବସ୍ ସେବା ସମ୍ପ୍ରସାରଣ କରାଯାଇଥିବା ନେଇ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଏହି ବସ୍ ସେବା ଦ୍ୱାରା ନିକଟସ୍ଥ ୧୨ଟି ଗାଁର ଗ୍ରାମବାସୀମାନେ ଉପକୃତ ହେବେ । ଏହି ଅଞ୍ଚଳରେ ବସ୍ ସମ୍ପ୍ରସାରଣ ପାଇଁ ଦାବି ବହୁତ ପୁରୁଣା ହୋଇଥିବା ବେଳେ ବର୍ତ୍ତମାନ ଦିଲ୍ଲୀ ସରକାର ରାଜ୍ୟବାସୀଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ଲୋକମାନଙ୍କୁ ସହଜ ତଥା ବିଶ୍ୱସ୍ତରୀୟ ପରିବହନ ସୁବିଧା ଯୋଗାଇବା ପାଇଁ ଦିଲ୍ଲୀରେ କେଜ୍ରିୱାଲ ସରକାର ପ୍ରତିବଦ୍ଧ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୨୦୨୩ ମସିହାରେ ବାଦସା ଏମ୍ସ ପର୍ଯ୍ୟନ୍ତ ସଂଯୋଗୀକରଣ ପାଇଁ ଡିଟିସି ବସ୍ ସେବା ଚଳାଇଥିଲେ ।
ଢ଼ାଣ୍ଡାଙ୍କ କହିବାନୁସାରେ ହରିଆଣାବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପରିବହନ ମନ୍ତ୍ରୀ କୈଳାସ ଗେହଲଟ୍ ଗୁଭାନା-ମାଜ୍ରି ଗାଁରୁ ୮୪୮ ନମ୍ବର ରୁଟ୍ ବସ୍‌କୁ ସବୁଜ ସଙ୍କେତ ଦେଇଛନ୍ତି । ଫଳରେ ଗୁଭାନା, ମାଜ୍ରି, ଲୁକସର, ଗାଙ୍ଗଡୱା, ଗୋଇଲା, ଖେଡ୍‌କା, ଦେଶଲପୁର, ଶାହପୁର, ଖୁଙ୍ଗାଇ, ଜଗରତପୁର, ଖରମାନ ଏବଂ ବୁପନିଆ ଆଦି ଗ୍ରାମର ଗ୍ରାମବାସୀ ଆଉ ଦିଲ୍ଲୀ ଯିବାଆସିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଗ୍ରାମବାସୀଙ୍କୁ ଏଣିକି ନିଶୁଳ୍କ (ବିନା ଅର୍ଥରେ) ବୈଦ୍ୟୁତିକ ବସ୍ ସେବାର ସୁବିଧା ମିଳିପାରିବ ।
ଏହି ପରିପ୍ରେକ୍ଷୀରେ ହରିଆଣାରେ ମଧ୍ୟ ଆମ୍ ଆଦମୀ ପାର୍ଟି (ଆପ୍‌) ସରକାର ଗଠନ ହେବ ବୋଲି ଢ଼ାଣ୍ଡା ଦୃଢ଼ୋକ୍ତି କରିଛନ୍ତି । ତାଙ୍କ କହିବାନୁସାରେ ହରିଆଣାରେ ଆପ୍ ସରକାର ଆସିବା ପରେ ରାଜ୍ୟର ମା’-ଭଉଣୀମାନେ ହରିଆଣାରେ ମାଗଣା ବସ୍ ସୁବିଧା ପାଇବେ । ଦିଲ୍ଲୀ ଲାଇନରେ ରାଜ୍ୟରେ ଇଲେକ୍ଟ୍ରିକ୍ ବସ୍ ମଧ୍ୟ ଚଳାଚଳ କରିବ । ସେ କହିଛନ୍ତି ଯେ ଆଜି ହରିଆଣାର ଲୋକମାନେ ମଧ୍ୟ ଦିଲ୍ଲୀ ଏବଂ ପଞ୍ଜାବ ଭଳି ନିଜ ରାଜ୍ୟରେ ଆପ୍ ସରକାର ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking