25.1 C
Bhubaneswar
Saturday, February 14, 2026
Homeଓଡିଶାନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ନବାନ୍ନ ଲାଗି ପାଇଁ ବାହାରିଲା ନୂଆଁଖାଇ ଲଗ୍ନ । ସେପ୍ଟେମ୍ବର ୮ ତାରିଖରେ ଇଷ୍ଟଦେବୀଙ୍କ ପାଖରେ ଲାଗି ହେବ ନବାନ୍ନ । ଧାର୍ଯ୍ୟ ଲଗ୍ନ ଅନୁସାରେ ରବିବାର ସକାଳ ୯ଟା ୩୫ ମିନିଟରୁ ୧୦ଟା ୭ ମିନିଟ ମଧ୍ୟରେ ଇଷ୍ଟଦେବୀ ମା’ ସମଲେଇଙ୍କ ପାଖରେ ପ୍ରଥମେ ନବାନ୍ନ ଲାଗି ହେବ। ଇଷ୍ଟଦେବୀଙ୍କ ପାଖରେ ପରମ୍ପରା ଅନୁସାରେ ନବାନ୍ନ ଲାଗି ପରେ ସଭିଏଁ ନୂଆଁ ଖାଇବେ। ପ୍ରତିବର୍ଷ ଭଳି ନନ୍ଦୋତ୍ସବରେ ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିରରେ ସଭା ଆୟୋଜିତ ହୋଇଥିଲା। ପଣ୍ଡିତମାନେ ପ୍ରଥମେ ବିଷ୍ଣୁ ସହସ୍ରନାମ ପାଠ କରିଥିଲେ। ପରେ ପଣ୍ଡିତ ମହାସଭାର ନକ୍ଷତ୍ର ଗଣନା କରି ଲଗ୍ନ ଧାର୍ଯ୍ୟ କରାଯାଇଥିଲା। ପଣ୍ଡିତମାନେ ଧାର୍ଯ୍ୟ ଲଗ୍ନକୁ ସର୍ବସାଧାରଣରେ ପାଠ କରିଥିଲେ। ପରେ ମନ୍ଦିର ପୂଜକ ଓ ଟ୍ରଷ୍ଟବୋର୍ଡ ସଭ୍ୟମାନେ ସମଲେଇ ମନ୍ଦିର ଯାଇ ଲଗ୍ନ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking