24.1 C
Bhubaneswar
Thursday, December 18, 2025
Homeଅପରାଧସ୍ତ୍ରୀକୁ ପିଟିପିଟି ମାରିଦେଲା ପିଶାଚ ସ୍ୱାମୀ

ସ୍ତ୍ରୀକୁ ପିଟିପିଟି ମାରିଦେଲା ପିଶାଚ ସ୍ୱାମୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବାଣିଦା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି,ଦେଖିବାକୁ ମିଳିଛି । ମଦ ଖାଇବାକୁ ମନା କରିବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ । ସୂଚନା ଅନୁସାରେ ବାଣିଦା ଗ୍ରାମର ବିଦ୍ୟାଧର ମାଇତି ଓ ସ୍ତ୍ରୀ କଳ୍ପନାଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ । ବିଦ୍ୟାଧର ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସିବା ପରେ ଝଗଡ଼ାର ସୂତ୍ରପାତ ହେଇଥାଏ । ଗତକାଲି ରାତିରେ ବିଦ୍ୟାଧର ପ୍ରଚୁର ମଦ ଖାଇ ଘରକୁ ଫେରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଏହାକୁ ନେଇ ସକାଳ ସମୟରେ କଳ୍ପନା ବାସନ ଧୋଇ ଫେରିବା ପରେ ବିଦ୍ୟାଧର ବାଲଟିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ବାପ ଘର ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ମୃତକଙ୍କ ଜଣେ ଝିଅ ଓ ଜଣେ ପୁଅ ଥିବା ବେଳେ ଦୀର୍ଘ ଚାରିବର୍ଷ ଧରି ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ତେବେ ଅଭିଯୋଗ ମୂଳେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking