27.1 C
Bhubaneswar
Thursday, February 12, 2026
Homeଓଡିଶା. " ଆଜିର ଅନୁଚିନ୍ତା "*

. ” ଆଜିର ଅନୁଚିନ୍ତା “*

“ମୋ ବାପା ମୋତେ ଗୋଟିଏ କଥା ଶିଖାଇଛନ୍ତି, ଯଦି ତୁମେ ଭୁଲ୍ କରିଛ, ତେବେ ୧୦୦ ଥର ନତମସ୍ତକ ହୁଅ, କିନ୍ତୁ ଯଦି ତୁମେ ଭୁଲ୍ କରି ନାହଁ, ତେବେ ରହିଯାଅ କିନ୍ତୁ ମୁଣ୍ଡ ନୁଆଁଇବ ନାହିଁ !!”*

ଭଗବାନ କୁହନ୍ତି ଦୁଃଖ କର ନାହିଁ, ମୁଁ ତୁମ ସହିତ ଅଛି! ମୁଁ ତୁମ ସାମ୍ନାରେ ନାହିଁ, ଆଖିପତା ବନ୍ଦ କରି ହୃଦୟରୁ ମୋତେ ମନେ ପକାଅ, ମୁଁ ତୁମର ବିଶ୍ୱାସ ବ୍ୟତୀତ ଆଉ କେହି ନୁହେଁ !!”*

ପ୍ରଥମ ଥର ମିଛ କହିବା ସହଜ ହୋଇପାରେ କିନ୍ତୁ ପରେ କେବଳ ଅସୁବିଧା ଦେଇଥାଏ ଏବଂ ପ୍ରଥମ ଥର ସତ କହିବା କଷ୍ଟକର କିନ୍ତୁ ପରେ କେବଳ ଆରାମ ଦେଇଥାଏ !!”*

“ତୁମର ଭାବନାକୁ ପ୍ରକାଶ କର ଯେଉଁଠାରେ ଏହାର ମୂଲ୍ୟ ଅଛି, ତା’ପରେ ତୁମ ଆଖିରୁ ପଡ଼ୁଥିବା ଲୁହ ମଧ୍ୟ ଲୋକଙ୍କୁ ପାଣି ଲାଗୁଥାଏ !!”*

“ସେହି ଲୋକମାନେ, ଯେଉଁମାନେ ଗୋଟିଏ ଜିନିଷ ସହିତ ଜଡ଼ିତ ଏବଂ ଯାହାର ଆଚରଣ ସର୍ବଦା ନମ୍ର,ଭଗବାନ ମଧ୍ୟ ସେମାନଙ୍କ କପାଳରେ ଖ୍ୟାତି ଅର୍ଜନର ଟୀକା ଲଗାଇଥାନ୍ତି !!”*

ସଠିକ୍ ପଥରେ ଚାଲିବା ଟିକିଏ କଷ୍ଟସାଧ୍ୟ, କିନ୍ତୁ କେହି ଆପଣଙ୍କୁ ସେହି ପଥରେ ଧକ୍କା ଦେଇ ତଳେ ପକାଇ ପାରିବେ ନାହିଁ !!”*

“Smart ହେବା ଭଲ, କିନ୍ତୁ ଅନ୍ୟମାନଙ୍କୁ ମୂର୍ଖ ବୋଲି ଭାବିବା ହେଉଛି ସବୁଠାରୁ ବଡ ମୂର୍ଖତା !!” .
ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ, ଯିଏ ଅପମାନ ହେଲାପରେ ବି ରାଗେନାହିଁ, ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ, ବାସ୍ତବରେ ସେ ହିଁ ମହାନ ହୋଇଥାଏ….*
ଓଁ ଶ୍ରୀଶ୍ରୀ ଜଗନ୍ନାଥ ଶରଣଂ*

ଅଦ୍ୟ ଅଗଷ୍ଟ ମାସ ୦୫ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ପ୍ରତିପଦ ସନ୍ଧ୍ୟା ଘ ୦୬/୦୯ ଗତେ ଦ୍ଵିତୀୟା
ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୪/୧୧ ଗତେ ମଘା
ଚନ୍ଦ୍ର-କର୍କଟ ଦିବା ଘ୦୪/୧୧ ଗତେ ସିଂହ
ଯୋଗ- ବ୍ୟତିପାତ
କରଣ – ବବ
ସୌରମାସ- କର୍କଟ ୨୧ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୧୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୧୪
*✧═════•❁❀
ଯୋଗିନୀ ପୂର୍ବେ ସନ୍ଧ୍ୟା ଘ ୦୬/୦୯ ଗତେ ଉତ୍ତରେ
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓମକର ରାଶିର ଘାତାଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୦୪ ଗତେ ଘ୦୮/୪୦ ମଧ୍ୟେ
ବାରବେଳା – ଦିବା ଘ୦୩/୩୩ ଗତେ ଘ୦୪/୪୦ମଧ୍ୟେ
ମୃତେ ସନ୍ଧ୍ୟା ଘ୦୬/୦୯ ଗତେ ଏକପାଦପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୫ ମଧ୍ୟେ ଓ ଘ୧୦/୧୬ ଗତେ ଘ୧୨/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପାଣିକଖାରୁ ସନ୍ଧ୍ୟା ଘ ୦୬/୧୦ ଗତେ ବାଇଗଣ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════✧
ବୃଷ:
ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।*
✧═════•❁❀❁•═════✧
ମିଥୁନ:
ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════✧
କର୍କଟ:
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।*
✧═════•❁❀❁•═════✧
ସି˚ହ:
ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।*
✧═════•❁❀❁•═════✧
କନ୍ୟା:
ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════✧
ତୁଳା:
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
✧═════•❁❀❁•═════✧
ବିଛା:
କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।*
✧═════•❁❀❁•═════✧
ଧନୁ:
ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।*
✧═════•❁❀❁•═════✧
ମକର:
ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════✧
କୁମ୍ଭ:
ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।*
✧═════•❁❀❁•═════✧
ମୀନ:
ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking