26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶନୃତ୍ୟଶିଳ୍ପୀ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ପରଲୋକ

ନୃତ୍ୟଶିଳ୍ପୀ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ : ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କର ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ବାଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ଗତ ୭ ମାସ ଧରି ସେ ଆଇସିୟୁରେ ଭର୍ତି ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ କୃଷ୍ଣାମୂର୍ତିଙ୍କ ପାର୍ଥୀବ ଶରୀରକୁ ରବିବାର ସକାଳ ୯ରଂରେ ତାଙ୍କ ସଂସ୍ଥା ୟାମିନୀ ସ୍କୁଲ୍ ଅଫ୍ ଡ୍ୟାନ୍ସକୁ ଅଣାଯାଇଥିଲା। ତାଙ୍କୁ ତିରୁମାଲା ତିରୁପତି ଦେବସ୍ଥାନମ୍‌ର ଅସ୍ଥାନା ନର୍ଭକୀ (ନିବାସୀ ନର୍ଭକୀ) ହେବାର ସମ୍ମାନ ମିଳିଥିଲା। ତାଙ୍କୁ କୁଚିପୁଡି ନୃତ୍ୟଶୈଳିର ‘ମଶାଲ ବାହକ’ ରୂପରେ ଜଣାଯାଏ । ସେ ନିଜ ଦ୍ଵାରା ତିଆରି ହୋଇଥିବା ସଂସ୍ଥା, ୟାମିନି ସ୍କୁଲ ଅଫ୍ ଡ୍ୟାନ୍ସ, ହୋଜ୍ ଖାସ୍, ନୂଆ ଦିଲ୍ଲୀରରେ ଯୁବ ନର୍ଭକୀଙ୍କୁ ନୃତ୍ୟ ଟ୍ରିକ୍ଷା ପ୍ରଦାନ କରୁଥିଲେ । ତାଙ୍କ ନୃତ୍ୟ କ୍ୟାରିୟରରେ ସେ ବହୁ ପୁରସ୍କାର ପାଇଛନ୍ତି । ତା ଭିତରେ ପଦ୍ମଶ୍ରୀ (୧୯୬୮), ପଦ୍ମ ଭୂଷଣ(୨୦୦୧) ଓ ପଦ୍ମ ବିଭୂଷଣ (୨୦୧୬) ସାମିଲ ରହିଛି, ଯାହାକି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରେ ଅନ୍ୟତମ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟି ସଭାପତି ୱାଇଏସ୍ ଜଗନ ମୋହନ ରେଡ୍ଡୀ ଏକ୍ସପୋଷ୍ଟ ମାଧ୍ୟମରେ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜଗନ ମୋହନ ରେଡ୍ଡୀ ଏକ୍ସରେ ଲେଖିଛନ୍ତି, “କୁଚିପୁଡି ଏବଂ ଭରତନାଟ୍ୟମ୍ର ପ୍ରସିଦ୍ଧ କଳାକାର ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଦୁଃଖିତ । ଏହି କଠିନ ସମୟରେ ତାଙ୍କ ପରିବାର ସହିତ ମୋର ସମବେଦନା ଓ ପ୍ରାର୍ଥନା ରହିଛି ।”

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking