19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା : ୮ ମୃତ

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା : ୮ ମୃତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କେବଳ ପ୍ରବଳ ବର୍ଷା ଓ ମାଟି ଅତଡା ଖସି ୬୦ରୁ ଅଧିକ ଘର ଭାସି ଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଡିସି ରାଣା କହିଛନ୍ତି ଯେ ଶିମଲା ଜିଲ୍ଲାର ସମଜେ ଅଞ୍ଚଳ, ରାମପୁର, କୁଲ୍ଲୁର ବାଗିପୁଲ ଅଞ୍ଚଳ ଏବଂ ମାଣ୍ଡିର ପଦ୍ଦାର ଅଞ୍ଚଳରେ ବାଦଲ ଫାଟି ବ୍ୟାପକ ଧ୍ୱଂସ ଘଟାଇଛି।ଏବେବି ଆହୁରି ୫୩ ଜଣ ନିଖୋଜ ଅଛନ୍ତି ଏବଂ ୮ ଟି ମୃତଦେହ ଉଦ୍ଧାର କରାଯାଇଛି। ୬୦ରୁ ଅଧିକ ଘର ଧୋଇ ହୋଇଯାଇଛି। ବନ୍ୟା ଯୋଗୁଁ ଅନେକ ଗାଁ ବ୍ୟାପକ ରୂପେ ପ୍ରଭାବିତ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି। ନିଖୋଜ ଲୋକଙ୍କ ମଧ୍ୟରରେ ୧୭ରୁ ୧୮ ଜଣ ମହିଳା ଅଛନ୍ତି। ସେହିପରି ୮ରୁ ୯ ଜଣ ଛୋଟ ଛୁଆ ଥିବା ସୂଚନା ମିଳିଛି। ହିମାଚଳ ପ୍ରଦେଶ ମୁଖମନ୍ତ୍ରୀ ସିଖବିନ୍ଦର ସିଂହ ସୁଖୁ ପୀଡିତ ପରିବାରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ଆସନ୍ତା ତିନି ମାସ ପାଇଁ ଭଡା ବାବାଦକୁ ମାସକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି। ଏହା ବ୍ୟତୀତ ରନ୍ଧନ ଗ୍ୟାସ୍, ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ମଧ୍ୟ ଯୋଗାଇ ଦିଆଯିବ ବୋଲି ସିଏମ୍‌ ସୁଖୁ ଘୋଷଣା କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking