15.1 C
Bhubaneswar
Friday, December 19, 2025
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା. ୩ ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା. ୩ ଜଣଙ୍କ ମୃତ୍ୟୁ

ଖଲ୍ଲିକୋଟ: ୧୬ ନଂ ଜାତୀୟ ରାଜପଥ ଡିମିରିଆ ଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ୨ କାଉଡ଼ିଆ ଓ ଜଣେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଟ୍ରକ୍‌ ଟି ଓଲଟିଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ ଟି ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ନେଇ ସୂଚନା ରହିଛି। ମୃତ ଦୁଇ କାଉଡ଼ିଆ ବାଣପୁର ଅଞ୍ଚଳର ପପୁ ନାହାକ ଓ ରଞ୍ଜି ନାହାକ ହୋଇଥିବାବେଳେ ମୃତ ବୃଦ୍ଧଜଣକ ହେଉଛନ୍ତି ଡିମିରିଆ ପଞ୍ଚାୟତ ଡଲିବାଟି ଗାଁର ବନମାଳୀ ପାତ୍ର। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking