28.1 C
Bhubaneswar
Thursday, April 2, 2026
Homeଓଡିଶାଜମିବାଡ଼ି ବିବାଦ : ଗୁରୁତର ଅବସ୍ଥାରେ ୨ ମେଡିକାଲରେ ଭର୍ତ୍ତି

ଜମିବାଡ଼ି ବିବାଦ : ଗୁରୁତର ଅବସ୍ଥାରେ ୨ ମେଡିକାଲରେ ଭର୍ତ୍ତି

କଣାସ :ଜମିବାଡ଼ି ବିବାଦ : ଗୁରୁତର ଅବସ୍ଥାରେ ୨ ମେଡିକାଲରେ ଭର୍ତ୍ତି । ଦୁଇଭାଇଙ୍କର ଜମିବାଡ଼ି ବିବାଦର ସମାଧାନ ପାଇଁ ପୁରୀ ଜିଲ୍ଲା କଣାସର ଗଡ଼ିଶାଗଦା ଥାନା ଅନ୍ତର୍ଗତ ସୁନାଖେଳା ଗାଁରେ,ବସିଥିବା ପଞ୍ଚାୟତ ସଭାରେ ତୁମୁଳକାଣ୍ଡ ଘଟିଛି। ଜମିବାଡ଼ି ବିବାଦରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଭା ମଝିରେ କଣାସ ପାହିଲିଲୁଣ୍ଡି ପଡିଆରେ ହଣାହଣି ଘଟିଛି। ଗାଁ ମୁଣ୍ଡ ପଡିଆରେ ଆପୋଷ ବୁଝାମଣା ପାଇଁ ସଭା ବସିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ସଭାରେ ଉଭୟ ପକ୍ଷର ଲୋକେ ଉପସ୍ଥିତ ଥିଲେ। ସାମାନ୍ୟ ବଚସାକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା। ମଧ୍ୟସ୍ଥିଥିବା ଲୋକେ ଛଡାଇବାକୁ ଯାଇଥିଲେ। ବୁଝାସୁଝା କରି ଶାନ୍ତ କରିବାକୁ ପ୍ରୟାସ କରୁଥିବାବେଳେ ମଧ୍ୟସ୍ଥିକୁ ଉତ୍ୟକ୍ତ ଲୋକେ ହାଣି ଦେଇଥିଲେ। ଲହୁଲୁହାଣ ହୋଇଥିବା ୨ ଆହତଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କଣାସ ହସ୍ପିଟାଲରେରେ ଭର୍ତ୍ତି କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking