ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ । ୯୫ହଜାର କୋଟି ଟଙ୍କାର ଲେଖାନୁଦା ସମତି ମିଳିଛି । ମୋହନ ଚରଣ ମାଝୀଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ପାରିତ ହୋଇଛି । ଏଥିସହ ଗୃହକୁ ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗତ ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା ।