16.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଅନୁରାଗଙ୍କ କଥା ଶୁଣିବା ଦରକାର : ମୋଦି

ଅନୁରାଗଙ୍କ କଥା ଶୁଣିବା ଦରକାର : ମୋଦି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଦିନ ଲୋକସଭାରେ ବଜେଟ୍ ଉପରେ ନିଜର ଅଭିଭାଷଣ ଦେଇଥିଲେ । ଏହି ସମୟରେ ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଯାହାଫଳରେ ଭାଷଣ ସମୟରେ ଠାକୁର ରାହୁଲ ଗାନ୍ଧିଙ୍କ ନାଁ ନନେଇ ତାଙ୍କ ଜାତି ପଚାରିବାରୁ ବିରୋଧୀ ଦଳମାନେ ତାଙ୍କୁ ତୀବ୍ର ବିରୋଧ କରିଥିଲେ ।ଆଉ ଏହାରି ମଧ୍ୟରେ ଅନୁରାଗ ଠାକୁରଙ୍କୁ ବିଜେପି ନେତାଙ୍କ ସମର୍ଥନ ମିଳିଛି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରାଗ ଠାକୁରଙ୍କୁ ସମର୍ଥନ ଜଣାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଲୋକସଭାରେ ଅନୁରାଗ ଠାକୁରଙ୍କ ଅଭିଭାଷଣ ପୋଷ୍ଟ କରିଛନ୍ତି। ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, ମୋର ଯୁବ ଏବଂ ଶକ୍ତିଶାଳୀ ଯୁବ ସହକର୍ମୀ ଅନୁରାଗ ଠାକୁରଙ୍କ କଥା ଶୁଣିବା ଦରକାର । ସେ ତଥ୍ୟକୁ ଚମତ୍କାର ଢଙ୍ଗରେ ଉପସ୍ଥାପନ କରି ଇଣ୍ଡି ମେଣ୍ଟର ମନ୍ଦ ରାଜନୀତିକୁ ପଦାରେ ପକାଇଥିଲେ। ସୂଚନା ଅନୁଯାୟୀ , ଲୋକସଭାରେ ଅନୁରାଗ କହିଥିଲେ ଯେ ଯେଉଁମାନଙ୍କ ଜାତି ଜଣାନାହିଁ, ସେମାନେ ଜାତିଗତ ଜନଗଣନା କଥା କହୁଛନ୍ତି। ଅନୁରାଗ ଠାକୁରଙ୍କ ଏହି ବୟାନ ପରେ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ତେବେ ଅନୁରାଗ ଠାକୁର ନିଜ ଜବାବରେ ବିରୋଧୀ ମାନଙ୍କୁ କହିଛନ୍ତି ସେ କାହାର ନାଁ ନେଇ କହି ନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking