25.1 C
Bhubaneswar
Saturday, March 21, 2026
Homeଓଡିଶାଟ୍ରେନ ଦୁର୍ଘଟଣା : ରାଉଲକେଲାର ୨ ମୃତ

ଟ୍ରେନ ଦୁର୍ଘଟଣା : ରାଉଲକେଲାର ୨ ମୃତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାଜଖରସୁଆଁରେ ଆଜି ଭୋରରୁ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ହୋଇଛି । ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଦ୍ୱୟ ରାଉରକେଲାର ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମାଲଗୋଦାମ ଅଞ୍ଚଳର ଓ ଅନ୍ୟ ଜଣେ ରେଲୱେ କଲୋନୀର ବୋଲି ଜଣାଯାଇଛି। ମୃତକଙ୍କ ନାମ ଅଜିତ ସାମଲ ଓ ବିକାଶ ରାଓ। ଉଭୟଙ୍କ ଘର ପାଖାପାଖି ହୋଇଥିବାରୁ ସେମାନେ ପୂର୍ବରୁ ପରସ୍ପରକୁ ଜାଣିଥିବା ସୂଚନା ମିଳିଛି। ଗତ ରାତିରେ ଉଭୟ ଟିକେଟ କାଟି ଜେନେରାଲ ବଗିରେ ଉଠିଥିଲେ। ମାତ୍ର ଭୋର ୩ଟା୪୫ରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଅଜିତ ଓ ବିକାଶଙ୍କ ମୃତଦେହ ଚକ୍ରଧରପୁର ହସ୍ପିଟାଲରେ ରହିଛି। ଏହି ଖବର ପ୍ରଚାରିତ ହେବା ପରେ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଉଭୟଙ୍କ ପରିବାର ସଦସ୍ୟ ଆଜି ଚକ୍ରଧରପୁର ଯିବେ ବୋଲି ଜଣାଯାଇଛି। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍‌ର ୧୮ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ତାହା ମଧ୍ୟରେ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଇଚ୍ୟତ ହେଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking