24.1 C
Bhubaneswar
Wednesday, January 15, 2025
Homeଓଡିଶାରାଜ୍ୟରେ ଖୁବ ଶୀଘ୍ର କମିବ ଆଳୁ ମୂଲ୍ୟ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଖୁବ ଶୀଘ୍ର କମିବ ଆଳୁ ମୂଲ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୁବ ଶୀଘ୍ର କମିବ ଆଳୁ ମୂଲ୍ୟ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ ମୁଁ ଚିଠି ଲେଖିବାରେ ବିଶ୍ୱାସ କରେ ନାହିଁ। କାମରେ ବିଶ୍ୱାସ କରେ। ଦିଲ୍ଲୀରେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି । ଆଲୋଚନା ସମୟରେ ତାଙ୍କର ମୁଖ୍ୟ ଶାସନ ସଚିବ ଓ ଆମର ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଥିଲେ। ଖୁବ୍ ଶୀଘ୍ର ରାଜ୍ୟରେ ଆଳୁ ଦର କମିବ । ସେହିପରି ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜୁଏଲ ଓରାମ ଓ ମୁଖ୍ୟ ଶାସନ ସଚିବ ଏହି ଆଲୋଚନାରେ ଉପସ୍ଥିତ ଥିଲେ। ।

ଆଗାମୀ ଦିନରେ ଆଉଥରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଓ ଅଧିକାରୀ ସ୍ତରୀୟ ବୈଠକ ହେବ। ଖୁବଶୀଘ୍ର ଏହି ବିବାଦର ସମାଧାନ ହେବ। ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ନୀତି ଆୟୋଗର ବୈଠକକୁ ନେଇ ମୋହନ କହିଛନ୍ତି ଯେ ଗତ ୨୭ ତାରିଖରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ବସିଥିଲା। ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ମୋର ସୌଭାଗ୍ୟ ମତେ ଏଥର ସୁଯୋଗ ମିଳିଥିଲା। ମୁଁ ରାଜ୍ୟର ବିକାଶ ପ୍ରସଙ୍ଗରେ ମତ ରଖିଥିଲି।

୨୦୩୬ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରାଯିବ। ବାକି ଥିବା ୧୨ ବର୍ଷ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ। ସାଢେ଼ ୪କୋଟି ଓଡିଶାବାସୀ ଆମ ଉପରେ ଭରସା କରି ଆମକୁ ୫ ବର୍ଷା ଦେଇଛନ୍ତି। ବିକଶିତ ଭାରତ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବରେ ପରିଣତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଲକ୍ଷ୍ୟ ରହିଛି । ସେଥିରେ ଓଡ଼ିଶା ପ୍ରଥମେ ଆସୁଛି। ଡବଲ ଇଞ୍ଜିନର ଯେଉଁ ବଗି କଥା ଆସୁଛି ସେଥିରେ ଓଡ଼ିଶା ହେବ ପ୍ରଥମ ବଗି। ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଇଛି। ଓଡ଼ିଶା ଆଗାମୀ ଦିନରେ ୪୮୦ କିମି ବେଳାଭୂମି,ପୋର୍ଟ ବେସ୍ ଇଣ୍ଡଷ୍ଟ୍ରି, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ, ଆଇଟି ସେକ୍ଟରରେ ଓଡ଼ିଶା କେମିତି ଆଗକୁ ଯିବ, ଆଦିବାସୀମାନଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଫୋକସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking