22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶ୨.୫ ଲକ୍ଷ ଯୁବକ ଯୁବତୀଙ୍କୁ ବିତାଡ଼ିତ କରିବ ଆମେରିକା; ତାଲିକାରେ ସର୍ବାଧିକ ପ୍ରବାସୀ ଭାରତୀୟ ଯୁବପିଢ଼ି

୨.୫ ଲକ୍ଷ ଯୁବକ ଯୁବତୀଙ୍କୁ ବିତାଡ଼ିତ କରିବ ଆମେରିକା; ତାଲିକାରେ ସର୍ବାଧିକ ପ୍ରବାସୀ ଭାରତୀୟ ଯୁବପିଢ଼ି

ୱାଶିଂଟନ୍ :  ଆମେରିକା ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଆଗାମୀ ଦିନରେ ପ୍ରାୟ ୨.୫ଲକ୍ଷ ଯୁବକ ଯୁବତୀଙ୍କୁ ନିଜ ଦେଶରୁ ବିତାଡିତ କରିବାକୁ ଯାଉଛି ଆମେରିକା । ତେବେ ଏହି ନିଷ୍ପତ୍ତି କେବଳ ପ୍ରବାସୀ ନାଗରିକଙ୍କ କ୍ଷେତ୍ରରେ ହିଁ ନିଆଯାଇଛି । ଶିକ୍ଷା ପାଇଁ ହେଉ କିମ୍ବା ନିଯୁକ୍ତି ପାଇଁ, ଆମେରିକାରେ ଆସି ବସବାସ କରୁଥିବା କିନ୍ତୁ ଆମେରିକାର ନାଗରିକତା ଗ୍ରହଣ କରିନଥିବା ବର୍ଗର ହିତାଧିକାରୀଙ୍କ କ୍ଷେତ୍ରରେ ଆମେରିକା ସରକାରଙ୍କ ଏହି ନିୟମ ଲାଗୁ ହେବ । ୱାର୍କ ବା ଜବ୍ ପର୍ମିଟ୍ ତଥା ଏଜୁକେସନ୍ ପର୍ମିଟ୍ ପରିପ୍ରେକ୍ଷୀରେ ଏହି ବର୍ଗର ହିତାଧିକାରୀଙ୍କୁ ଜାରି କରାଯାଇଥିବା ଭିସା’କୁ ଆମେରିକା ସରକାର ରଦ୍ଦ କରିବା ପୂର୍ବକ ସେମାନଙ୍କୁ ନିଜ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷେ ଆମେରିକା ପକ୍ଷରୁ ଏନେଇ ତାଲିକା ପ୍ରସ୍ତୁତ କରାଯାଉଥିବା ବେଳେ ଏଥିରେ ପ୍ରବାସୀ ଭାରତୀୟ ଯୁବପିଢ଼ିଙ୍କ ସଂଖ୍ୟା ସର୍ବାଧିକ ରହିଥିବା ଜାଣିବାକୁ ମିଳିଛି ।
ବର୍ତ୍ତମାନ ଆମେରିକା ସରକାର ନେଇଥିବା ଏପ୍ରକାର ନିଷ୍ପତ୍ତି ଦ୍ୱାରା ଅନେକ ପ୍ରବାସୀଙ୍କ ପିଲାମାନେ ବିପଦରେ ପଡିଯାଇଛନ୍ତି । ସେମାନଙ୍କ ଉପରେ ଏବେ ନିର୍ବାସନ ଭଳି ସଂକଟ ଆସିଯାଇଛି । ଆମେରିକା ନିୟମ ଅନୁଯାୟୀ, ପିଲାମାନେ କେବଳ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ସେମାନଙ୍କ ମା’ ବାପାଙ୍କ ଉପରେ ନିର୍ଭରଶୀଳ ରହିପାରିବେ । କିନ୍ତୁ ୨୧ ବର୍ଷରେ ଉପନୀତ ହେବା ପରେ ପିଲାମାନେ ସେମାନଙ୍କ ମା’ ବାପାଙ୍କ ଭିସା ଉପରେ ଆମେରିକାରେ ରହିବାକୁ ଅନୁମତି ନାହିଁ । କିନ୍ତୁ ଅନେକ ଭାରତୀୟ ଏବେ ୱାର୍କ ଭିସାରେ ନିଜ ପିଲାମାନଙ୍କ ସହିତ ଆମେରିକାରେ ବସବାସ କରୁଛନ୍ତି । ସେଠାରେ ନିଜ ପିଲାମାନଙ୍କୁ ଉନ୍ନତ ଶିକ୍ଷା ମିଳିବାର ଅଭିପ୍ରାୟରେ ଅନେକ ଭାରତୀୟ ରହିଆସୁଛନ୍ତି । କିନ୍ତୁ ଏବେ ଆମେରିକା ସରକାରଙ୍କ ଏହି ନିୟମକୁ କଡାକଡି କରାଯିବା ପରେ ଯଦି ସେମାନଙ୍କ ପିଲାଙ୍କ ବୟସ ୨୧ ବର୍ଷ ହୋଇଥାଏ ତେବେ ପିଲାମାନଙ୍କୁ ଆମେରିକା ଛାଡିବାକୁ ହେବ । ଅର୍ଥାତ୍ ଅଭିଭାବକମାନେ ମଧ୍ୟ ବାଧ୍ୟ ହୋଇ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ । ସୂଚନାଯୋଗ୍ୟ ମା’ ବାପାଙ୍କ ଭିସା ଉପରେ ଆମେରିକାରେ ରହୁଥିବା ପିଲାମାନଙ୍କୁ ଡକ୍ୟୁମେଣ୍ଟ ଡ୍ରିମର୍ସ କୁହାଯାଇଥାଏ । ଯଦି ଡକ୍ୟୁମେଣ୍ଟ୍ ହୋଇଥିବା ଡ୍ରିମର୍ସଙ୍କର ୨୧ ବର୍ଷ ବୟସ ହେବା ପରେ ସେମାନଙ୍କର ନିଜସ୍ୱ ଭିସା ନାହିଁ, ତେବେ ସେମାନଙ୍କୁ ଦେଶରୁ ବିତାଡ଼ିତ କରାଯିବ । ତେବେ ଅନେକ ଭାରତୀୟଙ୍କ ପିଲାମାନେ ଡକ୍ୟୁମେଣ୍ଟ୍ ଡ୍ରିମର୍ସ ମଧ୍ୟରେ ଅନ୍ତର୍ଭୁକ୍ତ ଥିବାରୁ ଏବେ ଏକ ବଡ଼ ସମସ୍ୟା ଉତ୍ପନ୍ନ ହୋଇଛି ।
ନ୍ୟାସନାଲ ଫାଉଣ୍ଡେସନ୍ ଫର୍ ଆମେରିକୀୟ ପଲିସି (ଏନ୍‌ଏଫ୍‌ଏପି) ପକ୍ଷରୁ କରାଯାଇଥିବା ନାଗରିକତ୍ୱ ଅଧ୍ୟୟନ ରିପୋର୍ଟ ଅନୁସାରେ ପ୍ରାୟ ୧୨ ଲକ୍ଷ ଭାରତୀୟ ଗ୍ରୀନ୍ କାର୍ଡ ଭିସାକୁ ଅପେକ୍ଷା କରିଛନ୍ତି । ଏହାପରେ ପ୍ରାୟ ୪୩ ଆମେରିକୀୟ ସାଂସଦ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ଚିଠି ଲେଖି ଏସମ୍ପର୍କରେ ଅବଗତ କରାଇବା ପରେ ଆମେରିକା ସରକାର ଏହି ସମସ୍ୟା ଉପରେ ବିଚାର କରିବା ଆରମ୍ଭ କରିଛନ୍ତି । ଶିକ୍ଷା ସମାପ୍ତ କରୁଥିବା ବାହାର ଦେଶର ଯୁବପିଢ଼ିଙ୍କୁ ଆମେରିକାରେ ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇବା ଦିଗରେ କଟକଣାକୁ ବ୍ୟାପକ କରାଯିବ ବୋଲି ଆମେରିକା ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking