25.1 C
Bhubaneswar
Sunday, May 3, 2026
Homeଅପରାଧଜବତ ହେଲା ଗୋମାଂସ , ୩ ଅଭିଯୁକ୍ତ ଫେରାର

ଜବତ ହେଲା ଗୋମାଂସ , ୩ ଅଭିଯୁକ୍ତ ଫେରାର

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ତେତ୍ରାବାହାଲ ଗ୍ରାମର ଜଣଙ୍କ ଘର ପଛପଟେ ଶନିବାର ସକାଳେ ଏକ ବଳଦ କଟାଯିବା ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟମାନେ ଖବର ପାଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଫାଣ୍ଡିକୁ ଖବର ଦେଇଥିଲେ। ଏହା ଜାଣି ବଳଦ କାଟୁଥିବା ଅଭିଯୁକ୍ତମାନେ ବଳଦକୁ ଅଧା କାଟି ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ପୋଲିସ ଓ କୁଆଁରମୁଣ୍ଡା ବ୍ଲକ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଂଚି ପ୍ରାୟ ୨ କୁଇଣ୍ଟାଲ ଗୋମାଂସ ଜବତ କରାଯାଇଛି । ଏହାପରେ ଉକ୍ତ ମାଂସକୁ ନିକଟସ୍ଥ ଏକ ପଡ଼ିଆରେ ପୋତିଦିଆଯିବା ସହ ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ବୋଲି ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking