28.1 C
Bhubaneswar
Thursday, September 19, 2024
Homeଓଡିଶାମାନସିକ ଚାପ ଯୋଗୁଁ ଜୀବନ ହାରିଲେ ଛାତ୍ର

ମାନସିକ ଚାପ ଯୋଗୁଁ ଜୀବନ ହାରିଲେ ଛାତ୍ର

ଗଞ୍ଜାମ : ମାନସିକ ଚାପ ଯୋଗୁଁ ଜୀବନ ହାରିଲେ ଛାତ୍ର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାର କେ. ନୂଆଁଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଛାତ୍ର ଚନ୍ଦନ ପରିଡ଼ା । ସୂଚନା ଅନୁସାରେ, କେ. ନୂଆଁଗଡ଼ ଗାଁର ନବମ ଶ୍ରେଣୀ ଛାତ୍ର ଚନ୍ଦନ ପରିଡ଼ା ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳୁଥିବା ସମୟରେ ଜଣେ ମହିଳାଙ୍କ ଦେହରେ ବଲ ବାଜିଥିଲା । ମହିଳା ଜଣକ ରାଗରେ ପିଲାଙ୍କୁ ଗାଳି କରିବା ସହିତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଚନ୍ଦନ ଓ ତାଙ୍କ ବାପାକୁ ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା । ପରେ ଘଟଣାର ସମାଧାନ ହୋଇଥିଲା । କିନ୍ତୁ ମହିଳା ଜଣକ ଯେଉଁଠି ବି ଚନ୍ଦନଙ୍କୁ ଦେଖନ୍ତି ଭବିଷ୍ୟତ ନଷ୍ଟ ହୋଇଗଲା, କେବେ ଚାକିରି କରିପାରିବୁ ନାହିଁ ବୋଲି କୁହନ୍ତି । ଫଳରେ ଚନ୍ଦନ ମାନସିକ ଚାପରେ ରହି ନିଜ ଜୀବନ ହାରିଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ଚାପରେ ଚନ୍ଦନ କୀଟନାଶକ ପିଇ ଦେଇଥିଲେ । ଏହା ଜାଣିବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥଲେ । ଏନେଇ ମୃତ ଚନ୍ଦନଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking