15.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶଫ୍ରାନ୍ସ ଟ୍ରେନ୍ ଆକ୍ରମଣ : ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ଫ୍ରାନ୍ସ ଟ୍ରେନ୍ ଆକ୍ରମଣ : ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ପ୍ୟାରିସ : ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଫ୍ରାନ୍ସର ହାଇ ସ୍ପିଡ୍ ରେଳ ନେଟୱାର୍କରେ ଭଙ୍ଗାରୁଜା । ଫ୍ରାନ୍ସର ଜାତୀୟ ରେଳ କର୍ତ୍ତୃପକ୍ଷ ଶୁକ୍ରବାର କହିଛନ୍ତି ଯେ ଏହାର ହାଇସ୍ପିଡ୍ ରେଳ ନେଟୱର୍କରେ ଏକାଧିକ ଭଙ୍ଗାରୁଜା ଘଟଣା ଘଟିବା କାରଣରୁ ଟ୍ରେନ୍ ଚଳାଚଳରେ ବ୍ୟାପକ ବାଧା ସୃଷ୍ଟି ହୋଇଛି ଏବଂ ଏହି ଘଟଣାଟି ବହୁ ପ୍ରତୀକ୍ଷିତ ଅଲିମ୍ପିକ୍ସ ଉଦ୍‌ଘାଟନୀ ସମାରୋହ ଦିନ ଏହି ଘଟଣା ଘଟିଛି। ପ୍ରଭାବିତ ଲାଇନଗୁଡ଼ିକ ଫ୍ରାନ୍ସର ପଶ୍ଚିମ, ଉତ୍ତର ଓ ପୂର୍ବାଞ୍ଚଳରେ ଅବସ୍ଥିତ, ଯାହା କେବଳ ଘରୋଇ ଟ୍ରେନ୍ ନୁହେଁ ବରଂ ପଡ଼ୋଶୀ ବେଲଜିୟମ ଓ ଲଣ୍ଡନକୁ ଯାତ୍ରା କରୁଥିବା ଟ୍ରେନ୍‌ଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି।ଫ୍ରାନ୍ସ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଜାତୀୟ ପୋଲିସ ଏହାର ନେତୃତ୍ୱ ନେଇଛି। ଅଲିମ୍ପିକ୍ସ ଉଦ୍‌ଘାଟନୀ ସମାରୋହ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଆସିଥିବା ଏହି ବାଧାକୁ ଫ୍ରାନ୍ସ ସରକାରୀ ଅଧିକାରୀମାନେ ତୀବ୍ର ନିନ୍ଦା କରିଛନ୍ତି। ସମଗ୍ର ଫ୍ରାନ୍ସର ବିଭିନ୍ନ ସ୍ଥାନରେ ଏହି କ୍ରୀଡ଼ା ଆୟୋଜନ କରାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ଏହି ଘଟଣା ଅଲିମ୍ପିକ୍ସ ସହ ଜଡିତ ବୋଲି କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ। ତେବେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଫ୍ରାନ୍ସର ପରିବହନ ମନ୍ତ୍ରୀ ପ୍ୟାଟ୍ରିସ୍ ଭର୍ଗ୍ରିଏଟ୍ ରେଳ ନେଟୱାର୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଜଘନ୍ୟ ଆପରାଧିକ କାର୍ଯ୍ୟ ବୋଲି କହିବା ସହ ଦୋଷୀଙ୍କୁ ନିସ୍ତାର ମିଳିବନି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking