ରାଉରକେଲା : ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ। ରାଉରକେଲା ସହରରେ ଘଟିଛି ଏଭଳି ଘଟଣା। ଦୁଇ ଅଭିଯୁକ୍ତ ଦିନ ମଜୁରିଆ ହୋଇଥିବା ଜଣାଯାଇଛି। ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ବଣାଇରୁ ରାଉରକେଲା ଆଣିଥିଲେ। ସେଠାରେ ଏକ ହୋଟେଲରେ ରଖି ଗଣ ଦୁଷ୍କର୍ମ କରିଥିଲେ। ଏପରି କିଛି ଦିନ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଛାଡ଼ି ଦୁଇ ଅଭିଯୁକ୍ତ ପଳାଇଯାଇଥିଲେ।ଗତକାଲି ରାଉରକେଲା ରେଳ ଷ୍ଟେସନ ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ। ଯୁବତୀ ଜଣଙ୍କ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପରେ ପୁଲିସ ଯୁବତୀଙ୍କର ଡାକ୍ତରମାଇନା କରିବା ପରେ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତକୁ ଗିରଫ କରିଛି ।










