14.1 C
Bhubaneswar
Friday, January 16, 2026
Homeଦେଶ ବିଦେଶସ୍ପାଇଡର୍‌ମ୍ୟାନ୍କୁ ଧରିଲା ପୋଲିସ

ସ୍ପାଇଡର୍‌ମ୍ୟାନ୍କୁ ଧରିଲା ପୋଲିସ

ନୂଆଦିଲ୍ଳୀ: ଭାଇରାଲ ହେବା ନିଶାରେ ଆଜିର ଯୁବପିଢ଼ି ବହୁତ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରୁଛନ୍ତି ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଥାଏ । ହେଲେ ଆଜିର ଯୁବପିଢ଼ି କୁହନ୍ତି ଡର କେ ଆଗେ ଜିତ ହେ । ସେଥିପାଇଁ ସେମାନେ ପ୍ରତ୍ୟକ ଦିନ ଭାଇରାଲ ଷ୍ଟଣ୍ଟ୍‌ କରିଥାନ୍ତି। ତେବେ ଦିଲ୍ଲୀରେ ଏକ ଷ୍ଟଣ୍ଟ୍‌ ମ୍ୟାନକୁ ଧରିବାରେ ସଫଳ ହୋଇଛି ପୋଲିସ । ସୂଚନା ଅନୁଯାୟୀ , ଦିଲ୍ଳୀ ପୁଲିସ୍‌ ଜଣେ ୨୦ ବର୍ଷୀୟ ଯୁବକଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯୁବକ ଜଣକ ସ୍ପାଇଡର୍‌ ମ୍ୟାନ୍‌ ପୋଷାକ ପିନ୍ଧି ସଡ଼କ ଉପରେ ଖୁବ୍‌ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରିବା ବେଳେ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି।ଦିଲ୍ଳୀର ଦ୍ବାରକା ଅଞ୍ଚଳରେ ଯୁବକ ଜଣକ ଚଳନ୍ତା କାର୍‌ ବୋନେଟ୍‌ ଉପରେ ବସିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ସହିତ ଗୌରବ ସିଂହ ନାମକ ୧୯ ବର୍ଷୀୟ ଅନ୍ୟ ଯୁବକ ଜଣକ ବି ଥିଲେ। ଯିଏକି ସେହି ସମୟରେ କାର୍‌ ଚଳାଉଥିଲେ। ତେବେ ପୁଲିସ୍‌ ଅଭିଯୁକ୍ତକୁ ଧରିବା ପରେ ତାଙ୍କ ଉପରେ ୨୬ ହଜାର ଟଙ୍କାର ଜରିମାନା ଲଗାଇଛି। ତେବେ ସ୍ପାଇଡର୍‌ ମ୍ୟାନ୍‌ ବନି ବୁଲୁଥିବା ଯୁବକ ଜଣକ ହେଲେ ଆଦିତ୍ୟ। ସେ ନଜଫଗଡ଼ର ବାସିନ୍ଦା। ଦିଲ୍ଲୀ ପୁଲିସ୍‌ ତାଙ୍କ ଧରିବା ପରେ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ଭିଡିଓ ପୋଷ୍ଟ୍‌ କରି ଲେଖିଛି, ‘‘ଦିଲ୍ଲୀ ପୁଲିସ୍‌ ଜାଲରେ ଫସିଲା ସ୍ପାଇଡର୍‌ ମ୍ୟାନ୍‌’’।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking