20.1 C
Bhubaneswar
Thursday, February 12, 2026
Homeଓଡିଶାଡ୍ୟାମରେ ବୁଡି ଚାଲିଗଲା ଦୁଇ ଜୀବନ

ଡ୍ୟାମରେ ବୁଡି ଚାଲିଗଲା ଦୁଇ ଜୀବନ

କଟକ : ଗୋଡ ଖସିଯିବାରୁ ପାଣିରେ ବୁଡିଗଲେ ଦୁଇ ଜଣ। ତେବେ ଏଭଳି ଘଟଣା ଚୌଦ୍ଵାର ଡମଣି ଡ୍ୟାମରେ ଘଟିଛି। ମୃତକ ମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁସାରେ, ଆଜି ଦିନ ସକାଳେ ଚୌଦ୍ଵାରର ଡମଣି ଡ୍ୟାମରେ ୫ ଜଣ ଛାତ୍ର ଗାଧେଉଥିବା ପାଇଁ ଆସିଥିଲେ। ଡ୍ୟାମରେ ଗାଧେଇବା ବେଳେ ହଠାତ ୩ ଜଣ ପାଣି ଭିତରେ ବୁଡି ଯାଇଥିଲେ। ଯାହାକୁ ଦେଖି ବାକି ୨ ଜଣ ସାଙ୍ଗ ଖୁବ ଜୋରେ ଚିତ୍କାର କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା କିଛି ଗ୍ରାମବାସୀ ଜଣଙ୍କୁ ଉଦ୍ଧାର କରିକରିଥିଲେ। ହେଲେ ଅନ୍ୟ ଦୁଇଜଣଙ୍କର କୌଣସି ଖବର ମିଳିନଥିଲା। ତେଣୁ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ଏହାପରେ ଚୌଦ୍ଵାର ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking