24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶସାଇକୋ କିଲର କଲିନ୍ସ ଖାଲୁଶା; ସ୍ତ୍ରୀ ସମେତ ୪୨ ମହିଳାଙ୍କୁ ହତ୍ୟା କରିଥିବା ପ୍ରମାଣିତ

ସାଇକୋ କିଲର କଲିନ୍ସ ଖାଲୁଶା; ସ୍ତ୍ରୀ ସମେତ ୪୨ ମହିଳାଙ୍କୁ ହତ୍ୟା କରିଥିବା ପ୍ରମାଣିତ

ନାଇରୋବି: କେନିଆର ରାଜଧାନୀ ନାଇରୋବିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସମେତ ପ୍ରାୟ ୪୨ ମହିଳାଙ୍କୁ ହତ୍ୟା କରିଥିବା ଜଣାପଡିବା ପରେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ବ୍ୟକ୍ତିଜଣକ ମହିଳାଙ୍କୁ ହତ୍ୟା କରିବା ପରେ ଶବଗୁଡିକୁ ଖଣ୍ଡଖଣ୍ଡ କରି କାଟି ଅଖାରେ ଭର୍ତ୍ତି କରି ଅଳିଆ ଗଦାରେ ପକାଇଦେଉଥିଲା । ଅଭିଯୁକ୍ତ କଲିନ୍ସ ଜୁମାସି ଖାଲୁଶା (୩୩)କୁ ଜଣେ ଭାମ୍ପାୟାର (ରାକ୍ଷସ) ଏବଂ ସାଇକୋପାଥିକ ସିରିଏଲ କିଲର ଭାବରେ ବର୍ଣ୍ଣନା କରାଯିବା ସହ ତା ବିରୋଧରେ ଦଣ୍ଡାଦେଶ କେଉଁ ଧରଣର ହେବ ସେନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି । ନାଇରୋବିର ମୁକୁରୁ ବସ୍ତି ନିକଟରେ ଏକ ଡମ୍ପିୟାର୍ଡରୁ ୯ଜଣ ମହିଳାଙ୍କ ମୃତଦେହ ମିଳିବା ପରେ ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା ।

ଜଣେ ବ୍ୟକ୍ତି ପୀଡିତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନିଜ ଘରକୁ ନେଇ ଆସିବା ପରେ ସେମାନଙ୍କୁ ନିର୍ମର୍ମ ଭାବେ ହତ୍ୟା କରିଥିବା ଜଣାପଡିଥିଲା । କିଛି ଦିନ ପରେ ଖାଲୁଶାଙ୍କୁ ଗିରଫ କରିଥିଲା କେନିଆ ପୁଲିସ୍ । ଏବେ ତା’ ବିରୋଧରେ ପ୍ରାୟ ଅନେକ ପ୍ରମାଣ ମିଳିଥିବା କେନିଆ ପୁଲିସ୍ ଦର୍ଶାଇଛି । ଖାଲୁସା ବିରୋଧରେ ଏବେ ମାମଲାର ଶୁଣାଣି ଆରମ୍ଭ ହୋଇଛି । ଏସବୁ ମଧ୍ୟରେ ନିଜେ ଖାଲୁଶା ମଧ୍ୟ ୪୨ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିସାରିଛି । ତଦନ୍ତ ସମୟରେ ଖାଲୁଶା ଘରୁ ଅନେକ ମୋବାଇଲ୍ ଫୋନ୍‌, ପରିଚୟ ପତ୍ର ଏବଂ ନାଇଲନ୍ ଅଖା ପାଇଥିଲେ ଯେଉଁଥିରେ ପୀଡିତଙ୍କ ମୃତଦେହକୁ ଖାଲିଶାଙ୍କ ଘରେ ଗୁଡ଼ାଇ ରଖିବାରେ ବ୍ୟବହୃତ ହୋଇଥିଲା । ଏହି ପ୍ରମାଣ ଏକ ବ୍ୟବସ୍ଥିତ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ସୂଚାଉଥିବା କେନିଆ ଟେଡ୍ ବାଣ୍ଡି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking