26.1 C
Bhubaneswar
Wednesday, December 17, 2025
Homeଓଡିଶାକାଉଡ଼ିଆ ଯାତ୍ରା ମାର୍ଗରେ ନାମଫଳକ ଲଗାଇବା ପ୍ରସଙ୍ଗ : ଯୋଗୀଙ୍କ ନିଷ୍ପର୍ତ୍ତି ଉପରେ ରୋକ ଲଗାଇଲେ...

କାଉଡ଼ିଆ ଯାତ୍ରା ମାର୍ଗରେ ନାମଫଳକ ଲଗାଇବା ପ୍ରସଙ୍ଗ : ଯୋଗୀଙ୍କ ନିଷ୍ପର୍ତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କାଉଡ଼ିଆ ଯାତ୍ରା ମାର୍ଗରେ ପଡ଼ୁଥିବା ହୋଟେଲଗୁଡ଼ିକରେ ମାଲିକଙ୍କ ନାମ ସାର୍ବଜନୀନ କରାଯିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ପଠାଇ ଉତ୍ତର ମାଗିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ ବୋଲି ଶୁଣିବାକୁ ମିଳୁଛି ।ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ଉଲ୍ଲେଖ ଯାଇଥିଲା କାଉଡ଼ିଆ ଯାତ୍ରା ମାର୍ଗରେ ପଡ଼ୁଥିବା ହୋଟେଲଗୁଡ଼ିକରେ ମାଲିକଙ୍କ ନାମ ସାର୍ବଜନୀନ କରାଯିବା ପାଇଁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି। ଏଭଳି ଆବେଦନ ପାଇବା ପରେ ସୁପ୍ରିମକୋର୍ଟ ନିଆଯାଇଥିବା ନିଶ୍ପତ୍ତି ଉପରେ ରୋକ ଲଗାଇ ୩ଟି ରାଜ୍ୟର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ତେବେ ଯୋଗୀଙ୍କ ଏଭଳି ଘୋଷଣା ପରେ ବିରୋଧୀ ଦଳ ନେତାମାନେ ଏହି ନିର୍ଦ୍ଦେଶନାମାକୁ ତୀବ୍ର ନିନ୍ଦା କରିଥିଲେ। ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଥିଲା ଯେ ଏବେ ୟୁପିର କାଉଡ଼ିଆ ଯାତ୍ରା ମାର୍ଗରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଭାରତୀୟ ମୁସଲମାନମାନଙ୍କ ପ୍ରତି ବିଜେପି ଘୃଣା ପ୍ରସାର କରୁଛି ଏବଂ ଏହି ଘୃଣାର ଶ୍ରେୟ ରାଜନୈତିକ ଦଳ, ହିନ୍ଦୁତ୍ୱବାଦୀ ନେତା ଏବଂ ତଥାକଥିତ ଧର୍ମନିରପେକ୍ଷ ଦଳଗୁଡ଼ିକୁ ଯାଉଛି ବୋଲି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି କହିଥିଲେ। ସେହିଭଳି ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ୟୁପି ସରକାରଙ୍କ ନିର୍ଦ୍ଦେଶକୁ ସମାଲୋଚନା କରିଥିଲେ। ଏଥି ମଧ୍ୟରେ ମୁଜାଫରନଗର ପୁଲିସ ସ୍ପଷ୍ଟ କରିଥିଲା ଯେ ଏହି ଆଦେଶ ପଛର ଉଦ୍ଦେଶ୍ୟ ଧାର୍ମିକ ଭେଦଭାବ ସୃଷ୍ଟି କରିବା ନୁହେଁ। ଭୋଜନାଳୟଗୁଡ଼ିକୁ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ମାଲିକ ଏବଂ କର୍ମଚାରୀଙ୍କ ନାମ ପ୍ରଦର୍ଶିତ କରିବାକୁ ଅନୁରୋଧ କରାଯାଇଛି। ଏହାର ଉଦ୍ଦେଶ୍ୟ କୌଣସି ପ୍ରକାର ଧାର୍ମିକ ଭେଦଭାବ ସୃଷ୍ଟି କରିବା ନୁହେଁ ବରଂ କେବଳ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କରିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking