25.9 C
Bhubaneswar
Monday, April 6, 2026
Homeଓଡିଶାବିଜୁ ବାବୁଙ୍କ ପ୍ରତି ଆମ ସରକାରଙ୍କର ସମ୍ମାନ ରହିଛି : କ୍ରୀଡାମନ୍ତ୍ରୀ

ବିଜୁ ବାବୁଙ୍କ ପ୍ରତି ଆମ ସରକାରଙ୍କର ସମ୍ମାନ ରହିଛି : କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇବା ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଏନେଇ ମୁହଁ ଖୋଲିଛନ୍ତି। ତେବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ କହିଥିବାବେଳେ କିଛି ସମୟ ପରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଯ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଥିଲେ ଏବଂ ସେ କହିଥିଲେ ବିଜୁ ବାବୁଙ୍କ ପ୍ରତି ଆମ ସରକାରଙ୍କର ସମ୍ମାନ ରହିଛି। ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନ ଦେବାକୁ କ୍ରୀଡ଼ା ବିଭାଗ ଚେଷ୍ଟା କରୁଛି ।ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇବା ନେଇ ଶନିବାର କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାମ ବଦଳାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ଭାବେ ନାମିତ ହେବ ବୋଲି କୁହାଯାଇଥିଲା। ଏଥି ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡଲାଇନ ମଧ୍ୟ ଜାରି କରାଯାଇଥିଲା। ତେବେ ୨୪ ଘଣ୍ଟା ନ ପୂରୁଣୁ ରବିବାର ମୁଖ୍ୟମନ୍ତ୍ରୀ ନାମ ପରିବର୍ତ୍ତନ ହେବ ନାହିଁ ବୋଲି କହିଥିଲେ। ପ୍ରକାଶ ପାଇଥିବା ବିଜ୍ଞପ୍ତି ନେଇ ତାଙ୍କ ପାଖରେ କିଛି ସୂଚନା ନ ଥିବା ସେ କହିଥିଲେ। ସେ ଗଣମାଧ୍ୟମରୁ ଏସମ୍ପର୍କ ଜାଣିବାକୁ ପାଇଥିବା କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking