36.1 C
Bhubaneswar
Thursday, March 5, 2026
Homeଅପରାଧଦିଅରଙ୍କ ସହ ସଂସାର ଗଢ଼ିବାକୁ ଯାଇ ସ୍ୱାମୀଙ୍କୁ ହତ୍ୟା କରିଥିଲା ସ୍ତ୍ରୀ

ଦିଅରଙ୍କ ସହ ସଂସାର ଗଢ଼ିବାକୁ ଯାଇ ସ୍ୱାମୀଙ୍କୁ ହତ୍ୟା କରିଥିଲା ସ୍ତ୍ରୀ

ହରିୟାଣା : ସମ୍ପର୍କୀୟ ଦିଅର ପ୍ରେମରେ ଉବୁଟୁବୁ ହୋଇ ନିଜ ସ୍ୱାମୀକୁ ହଟାଇଲେ ବାଟରୁ । ଦିଅରଙ୍କ ସହ ସଂସାର ଗଢ଼ିବାକୁ ଯାଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ। ଏପରି ଏକ ମାମଲାର ଶୁଣାଣି କରି କୋର୍ଟ ମହିଳା ଓ ତାଙ୍କ ଦିଅରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏପରି ଏକ ହତ୍ୟାକାଣ୍ଡ ହରିୟାଣାର ଗୁରୁଗ୍ରାମରେ ୨୦୧୯ ମସିହାରେ ଘଟିଥିଲା। ମହିଳାଙ୍କର ନିଜ ଦିଅରଙ୍କ ସହ ଅନୈତିକ ସମ୍ପର୍କ ଥିଲା। ଦିଅରଙ୍କ ସହ ସଂସାର ଗଢ଼ିବାକୁ ମହିଳାଜଣକ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ଏହାପରେ ମହିଳାଜଣକ ନିଜ ସ୍ୱାମୀଙ୍କୁ ଘର ନିକଟ ଜାତୀୟ ରାଜପଥ ପାଖକୁ ନେଇ ଯାଇଥିଲେ। ସେଠାରେ ଉଭୟ ଦିଅର, ଭାଉଜ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ।ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ସବୁ ସତ କଥା କହିଥିଲେ। ଏହାପରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବାରୁ ସେମାନେ ସବୁ ସତ ମାନି ଯାଇଥିଲେ। ଏହି ମାମଲାର ଶୁଣାଣି କରି ଆଡିଶନାଲ ଡିଷ୍ଟ୍ରିକ୍ଟ ମାଜିଜେଷ୍ଟ୍ର କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking