30.1 C
Bhubaneswar
Saturday, February 14, 2026
Homeଓଡିଶାଟ୍ୱିନ୍‌ସିଟିକୁ ୟେଲୋ ୱାର୍ଣ୍ଣିଂ

ଟ୍ୱିନ୍‌ସିଟିକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା ! ଟ୍ୱିନ୍‌ସିଟିକୁ ୟେଲୋ ଜାରି ହେଲା ୟେଲୋ ୱାର୍ଣ୍ଣିଂ । ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ନେଇ ସତର୍କତା । କାଲି ଯାଏଁ ଟ୍ୱିନ୍‌ସିଟିକୁ ପାମିପାଗ କେନ୍ଦ୍ରର ସତର୍କତା ଜାରି କରାଯାଇଛି । ବର୍ଷା ପାଇଁ ଉପୁଜିପାରେ ଟ୍ରାଫିକ ସମସ୍ୟା । ତଳିଆ ଅଞ୍ଚଳରେ ଜମିପାରେ ବର୍ଷଆ ପାଣି । ସ୍ଥିତି ମୁକାବିଲା କରିବାକୁ ସତର୍କ ରହିବାକୁ ନିର୍ଦ୍ଦେଶ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ପାଣିପାଗ ବିଭାଗ । ସେହିପରି କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଅଧିକ ଘନିଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଓଡ଼ିଶା ଉପକୂଳ ଆଡକୁ ମୁହାଁଇବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking