13.1 C
Bhubaneswar
Monday, December 15, 2025
Homeଓଡିଶାତ୍ରିଚିି ଗ୍ୟାଙ୍ଗର ୪ ସଦସ୍ୟର ଗିରଫ

ତ୍ରିଚିି ଗ୍ୟାଙ୍ଗର ୪ ସଦସ୍ୟର ଗିରଫ

ଭୁବନେଶ୍ୱର: ତାମିଲନାଡୁରୁ ଆସି ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ତ୍ରିଚି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଗିରଫ କରିି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସର । ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁ ରାଜ୍ୟର ତ୍ରିଚି ଜିଲ୍ଲାର ବି. ମୋହିତ୍‌(୪୮), ପି. ମୋର୍ଥୀ(୪୨), ନନ୍ଦ କୁମାର(୪୭) ଓ ଏସ୍‌. ଦିନେଶ । ସୂଚନାଯୋଗ୍ୟ ଯେ, ତାମିଲନାଡ଼ୁରୁ ଆସି ରାଜଧାନୀରୁ କାରର କାଚ ଭାଙ୍ଗି କରୁଥିଲେ ଲୁଟ୍ । ଏହି ଗ୍ୟାଙ୍ଗ ଗତ ଏକ ସପ୍ତାହ ହେଲା ଭୁବନେଶ୍ୱର ଓ କଟକ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । କାର କାଚ ଭାଙ୍ଗି ଲୁଟ, ମୋ ବସରୁ ଲୁଟ ସହ ବିଭିନ୍ନ ଦୋକାନ, ବଜାରରୁ ଲୁଟ କରୁଥିଲେ ଏହି ଲୁଟେରା । କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ । ବାଟୁଳିଖଡା ବା ଚିଟିକିଣି ଧରି ରାଜଧାନୀରେ ଏମାନେ ବୁଲୁଥିଲେ । କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର କରୁଥିଲେ ଆଇରନ ବଲ ବା ଲୁହା ବାଟୁଳି । କେବଳ ଟୁଇନ ସିଟି ନୁହେଁ, ରଥଯାତ୍ରା ବେଳେ ପୁରୀରେ କିଛି ଲୋକଙ୍କ ଠାରୁ ଲୁଟପାଟ କରିଥିଲେ । ଯାହା କମିଶନରେଟ୍ ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟି ଥିଲା । ଏହାରି ଭିତରେ ଗତ ୧୫ ତାରିଖ ସନ୍ଧ୍ୟା ୮.୪୫ ସମୟରେ ଭୁବବନେଶ୍ୱର ବାଣୀ ବିହାର ସ୍ଥିତ ମୋ-ବସ ଷ୍ଟାଣ୍ଡ ନିକଟରେ ସୁବ୍ରତ କୁମାର ସାହୁ ନାମଙ୍କ ଜଣେ ବ୍ୟକ୍ତି ନିଜ ଘରକୁ ଯିବା ପାଇଁ ବସର ଅପେକ୍ଷା କରୁଥିଲେ । ଏହି ସମୟରେ ୩-୪ ଜଣ ଅଜଣା ଯୁବକ ତାଙ୍କ ନିକଟକୁ ଆସି କୌଶଳର ସହିତ ତାଙ୍କ ମୋବାଇଲ ଫୋନ ଚୋରାଇ ନେଇଥଲେ । ଏନେଇ ସେ ଶହୀଦନଗର ଥାନାରେ ଲିଖିତ ଅଭିଯୋଗ ପରେ ସହୀଦନଗର ଥାନା ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ଚାଲିଥିବା ବେଳେ, ଗତ କାଲି ସାଇନ୍ସ ପାର୍କ ନିକଟରେ କିଛି ବ୍ୟକ୍ତି କମ ଦାମରେ ମୋବାଇଲ ଫୋନ ବିକ୍ରି କରିବାର ପ୍ରୟାସ କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ପୁଲିସ ଘଟଣା ସ୍ଥଳରେ ଅତର୍କିତ ଚଢଉ କରି ଉକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କୁ ପଚରାଉଚରା କରି ଅଧିକ ତଦନ୍ତରୁ ଜଣା ପଡିଥିଲା ଯେ, ଅଭିଯୁକ୍ତମାନେ ଆନ୍ତଃରାଜ୍ୟ କୁଖ୍ୟାତ ତ୍ରିଚିି ଲୁଟେରା ଗ୍ୟାଙ୍ଗର ସଦସ୍ୟ ଏବଂ ସେମାନଙ୍କ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦ଟିରୁ ଅଧିକ ଅପରାଧିକ ମାମଲାମାନ ରହିଥିବାର ଜଣାପଡିଥିଲା । ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜର ଅପରାଧ ସ୍ୱୀକାର କରିଥିବା ବେଳେ, ସେମାନଙ୍କ ନିକଟରୁ ପୂର୍ବରୁ ଚୋରି କରିଥିବା ୪ଟି ଲ୍ୟପଟପ, ୨୫ଟି ମୋବାଇଲ ଫୋନ, ଗୋଟିଏ ଲୁହା ଛଡ ଏବଂ ଏକ ବାଟୁଳିଖଡା ଜବତ କରାଯାଇଥିଲା । ଜଣେ ଓଏଏସ୍ ଅଧିକାରୀ ଓ ଅନ୍ୟ ଜଣଙ୍କ ଠାରୁ ଲୁଟ ହୋଇଥିବା ଲାପଟପ ଓ ମନୀପର୍ସ ଫେରାଇଛି ପୁଲିସ । ଏହି ଗ୍ୟାଙ୍ଗ ଓଡ଼ିଶାରେ କେବେଠାରୁ ସକ୍ରିୟ ଥିଲେ । କେବେଠାରୁ ଏମାନେ ତାମିଲନାଡୁରୁ ଆସିଥିଲେ । କେବଳ କଟକ ଓ ଭୁବନେଶ୍ୱରରେ ନା ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ସକ୍ରିୟ ଥିଲେ ତାହା ଜାଣିବା ପାଇଁ ଏମାନଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking