25.1 C
Bhubaneswar
Sunday, September 15, 2024
Homeଅପରାଧଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ କରି ୨ ଗିରଫ

ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ କରି ୨ ଗିରଫ

ଭୁବନେଶ୍ୱର: ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ କରିବା ଅଭିଯୋଗରେ ୨ ଜଣଙ୍କ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଅନ୍ତା ଥାନା ପୁଲିସ । ଗୁରିଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଅଖୟ ଦାଶ ଓରଫ ରାଜା(୨୮) ଓ ପଶ୍ଟିମବଙ୍ଗର ଏସକେ. ଆକ୍ରମ ଓରଫ ରାଜୁ(୩୦) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପୀଡ଼ିତା ଜଣକ ବାଲିଅନ୍ତା ଥାନା ଅଞ୍ଚଳରେ ରୁହନ୍ତି । ଉକ୍ତ ଦୁଇ ଅଭିଯୁକ୍ତ ପରସ୍ପରର ବନ୍ଧୁ ହୋଇଥିବା ବେଳେ, ସମସ୍ତ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ଉଭୟ ମିଶି “ତ୍ରିଶକ୍ତି ଫାଉଣ୍ଡେସନ” ନାମରେ ଏକ ସଂସ୍ଥା ପରିଚାଳନା କରନ୍ତି । ଅଭିଯୁକ୍ତ ଅକ୍ଷୟ ଦାସ ଓରଫ ରାଜା ଏବଂ ଏସକେ ଆକ୍ରମ ଓରଫ ରାଜୁ ପୀଡ଼ିତାଙ୍କୁ ଇନଷ୍ଟାଗ୍ରାମ ଜରିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଥିବା ବେଳେ ପୀଡ଼ିତା ଜଣକ ସେମାନଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟକୁ ଗ୍ରହଣ କରିଥିଲେ । ପରେ ପରସ୍ପର ମଧ୍ୟରେ ଫୋନ ନମ୍ବର ଆଦାନପ୍ରଦାନ ହୋଇଥିଲା ଏବଂ ସମସ୍ତେ ପରସ୍ପର ସହିତ ହ୍ୱାଟ୍ସଆପ ଜରିଆରେ ଯୋଗାଯୋଗରେ ରହିଥିଲେ । ଉଭୟ ଅଭିଯୁକ୍ତ ପୀଡ଼ିତାଙ୍କୁ ଏମବିଏ କରିବା ଲାଗି ପ୍ରସ୍ତାବ ଦେଇଥିବା ବେଳେ ସମସ୍ତ ଖର୍ଚ୍ଚ ସେମାନେ ବହନ କରିବେ ବୋଲି ମଧ୍ୟ କହିଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ଅକ୍ଷୟ ଦାସ ଓରଫ ରାଜା ପୀଡ଼ିତାଙ୍କୁ ପ୍ରେମ ନିବେଦନ କରିଥିବା ବେଳେ, ପୀଡ଼ିତା ତାଙ୍କୁ କିଛି ଦିନ ସମୟ ମାଗିଥିଲେ । ଏକଦା ଅଭିଯୁକ୍ତ ଅକ୍ଷୟ ଦାସ ପୀଡ଼ିତାଙ୍କୁ ହ୍ୱାଟ୍ସଆପ ଜରିଆରେ ଭିଡିଓ କଲ କରିଥିଲେ ମଧ୍ୟ ପୀଡ଼ିତା ଜଣକ କଲ ଉଠାଇ ନଥିଲେ । ପରେ ଉଭୟ ଅଭିଯୁକ୍ତ ମିଶି ପୀଡ଼ିତାଙ୍କୁ ଭିଡିଓ କଲ ଉଠାଇବା ଲାଗି ପ୍ରବର୍ତ୍ତାଇବା ସହିତ ଭିଡିଓ କଲ ଉଠାଇ ତାଙ୍କ ଇଙ୍ଗିତରେ କାର୍ଯ୍ୟ କଲେ ତାଙ୍କୁ ସେମାନେ ଏକ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ । ଦୁଇ ଅଭିଯୁକ୍ତଙ୍କ କହିବା ମୁତାବକ ପୀଡିତା ଜଣକ ଭିଡିଓ କଲ ଉଠାଇ କ୍ୟାମେରା ସମୁଖରେ ନଗ୍ନ ହୋଇଥିଲେ । ଏହି ସମୟରେ ଅଭିଯୁକ୍ତ ଅକ୍ଷୟ ପୀଡ଼ିତାଙ୍କ ଅଜାଣତରେ ଏହାକୁ ସ୍କ୍ରିନ ରେକର୍ଡିଙ୍ଗ କରିନେଇଥିଲେ । ଗତ ୫ ତାରିଖ ଦିନ ଅଭିଯୁକ୍ତ ଅକ୍ଷୟ ନିଜ ମୋବାଇଲ ଫୋନରେ ସ୍କ୍ରିନ ରେକର୍ଡିଙ୍ଗ କରି ରଖିଥିବା ପୀଡିତାଙ୍କ ନଗ୍ନ ଭିଡିଓକୁ ଇନଷ୍ଟାଗ୍ରାମର ଏକ ନିର୍ଦ୍ଦିଷ୍ଟ ଆଇଡିରେ ପୋଷ୍ଟ କରିଦେଇଥିଲେ । ପରେ ଅଭିଯୁକ୍ତ ଉକ୍ତ ଭିଡିକୁ ପାଥେୟ କରି ପୀଡ଼ିତାଙ୍କୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଲାଗି ବାଧ୍ୟ କରିଥିଲେ । ହେଲେ ଯୁବତୀ ଜଣଙ୍କ ଅଭିଯୁକ୍ତଙ୍କ କଥାରେ ରାଜି ନହେବାର ଅଭିଯୁକ୍ତମାନେ ପୀଡିତାଙ୍କ ନଗ୍ନ ଭିଡିଓକୁ ଏକାଧିକ ବାର ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ ଜରିଆରେ ଭାଇରାଲ କରିଥିଲେ । ଯାହା ଫଳରେ ପୀଡ଼ିତାଙ୍କ ନିକଟକୁ ମନ୍ଦ ଉଦ୍ଦେଶ୍ୟରେ ବିଭିନ୍ନ ଲୋକଙ୍କର କଲ ଆସିବା ଆରମ୍ଭ ହୋଇଥିଲା । ଏହାକୁ ନେଇ ପୀଡ଼ିତା ଜଣକ ବାଲିଅନ୍ତା ଥାନାରେ ଘଟଣାର ଅଭିଯୋଗ କରିଥିଲେ । ଏହା ପରେ ପୁଲିସ ମାମଲାର ତଦନ୍ତ କରିବା ସହଉକ୍ତ ଦୁଇ ଅଭିଯୁକ୍ତଙ୍କୁ ରଙ୍ଗବଜାର ଅଞ୍ଚଳରୁ କାବୁ କରିଥିବା ବେଳେ, ଅଭିଯୁକ୍ତଙ୍କ ହେପାଜତରୁ ୩ଟି ମୋବାଇଲ ଫୋନ ଏବଂ ଏକ କାର ଜବତ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିଲେ । ଅଭିଯୁକ୍ତ ଅକ୍ଷୟ ଦାସଙ୍କ ନାମରେ ପୂର୍ବରୁ ମଧ୍ୟ ଫୁଲବାଣୀର ସାଇବର ଥାନାରେ ଦୁଇଟି ମାମଲା ରହିଥିବା ବେଳେ ବାଲିଅନ୍ତା ଥାନାରେ ମଧ୍ୟ ଦୁଇଟି ମାମଲା ରହିଛି, ତା ସହିତ ଲକ୍ଷ୍ମୀସାଗର ଥାନାର ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking