24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ୨ ଯବାନ ସହିଦ,୪ ଗୁରୁତର

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ୨ ଯବାନ ସହିଦ,୪ ଗୁରୁତର

ଛତିଶଗଡ଼ : ନକ୍ସଲଙ୍କ ବର୍ବରକାଣ୍ଡ। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ । ଏହି ବିସ୍ଫୋରଣରେ ଆହୁରି ୪ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଛତିଶଗଡ଼ରେ କମ୍ବିଂ ଅପରେସନ ବେଳେ ଘଟିଛି ଏଭଳି ଅଘଟଣ। ସୂଚନା ଅନୁସାରେ, ଆଜି ସକାଳେ ସିଆରପିଏଫ ଓ ଦି.ଆର.ଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲୁଥିଲା। ହଠାତ ସେହି ସମୟରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଛନ୍ତି। ଏପରିକି ଏହି ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି ସାଥି ଯବାନମାନେ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ତେବେ ମୃତ ଯବାନ ଦ୍ବୟ ଏସଟିଏଫ ବାଟାଲିୟନର କନେଷ୍ଟବଳ ବୋଲି ଜଣାପଡିଛି। ତେବେ ନିଜ ରାଗ ସୁଝାଇବା ପାଇଁ ବିଜାପୁର ଜିଲ୍ଲା ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ନକ୍ସଲମାନେ ଏହି ବିସ୍ଫୋରଣ ଘଟାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking