25.1 C
Bhubaneswar
Saturday, December 20, 2025
Homeଅପରାଧଚାଉଳ ଚୋରି ଅଭିଯୋଗରେ ବିଜେପି ନେତା ଗିରଫ

ଚାଉଳ ଚୋରି ଅଭିଯୋଗରେ ବିଜେପି ନେତା ଗିରଫ

ବେଙ୍ଗାଲୁରୁ: ଗିରଫ ହେଲେ ବିଜେପି ନେତା ମଣିକାନ୍ତ ରାଠୋର। ଚାଉଳ ଚୋରି ମାମଲାରେ କର୍ଣ୍ଣାଟକ ବିଜେପି ନେତା ମଣିକାନ୍ତ ରାଠୋରଙ୍କୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକ ସରକାରଙ୍କ ଅନ୍ନ ଭାଗ୍ୟ ଯୋଜନା ସହିତ ଜଡିତ ଥିଲେ ରାଠୋର । ତେବେ ପୋଲିସ କାଲାବୁରାଗି ଶାହାପୁରରେ ଥିବା ତାଙ୍କ ବାସଭବନରୁ ବିଜେପି ନେତାଙ୍କୁ ଗିରଫ କରିଛି। ପଚରାଉଚରା ପାଇଁ ପୋଲିସ ପୂର୍ବରୁ ମଣିକାନ୍ତଙ୍କୁ ପଚାରଉଚରା ପାଇଁ ଡକାଇଥିଲେ କିନ୍ତୁ ବିଜେପି ନେତା ପୋଲିସ ପାଖରେ ହାଜର ହୋଇ ନ ଥିଲେ। ମଣିକାନ୍ତଙ୍କୁ ୬୦୭୭ କ୍ୱିଣ୍ଟାଲ ଚାଉଳ ଚୋରି ମାମଲାରେ ଗିରଫ କରାଯାଇଛି। ଚୋରି ହୋଇଥିବା ଚାଉଳର ମୂଲ୍ୟ ୨ କୋଟିରୁ ଅଧିକ ଥିଲା। ଏହି ଚାଉଳ ୟାଦଗିର ଜିଲ୍ଲାର ଏକ ସରକାରୀ ଗୋଦାମରୁ ଚୋରି ହୋଇଯାଇଥିଲା।ରାଠୋର ୨୦୨୩ ମସିହାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେଙ୍କ ବିରୋଧରେ ବିଜେପି ଟିକେଟରେ ନିର୍ବାଚନରେ ଲଢ଼ିଥିଲେ କରିଥିଲେ। ଯଦିଓ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଅନ୍ନ ଭାଗ୍ୟ ଯୋଜନା ଅନ୍ତର୍ଗତ କର୍ଣ୍ଣାଟକ ସରକାର ପ୍ରତ୍ୟେକ ଗରିବ ପରିବାରକୁ ୧୦ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଉଛନ୍ତି।ମଣିକାନ୍ତ କଂଗ୍ରେସ ସଭାପତିଙ୍କ ପୁଅକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କର ମଧ୍ୟ ଅପରାଧିକ ଇତିହାସ ରହିଛି ଏବଂ ତାଙ୍କ ବିରୋଧରେ ପ୍ରାୟ ୪୦ ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ମଣିକାନ୍ତଙ୍କ ବିରୋଧରେ ହତ୍ୟା, ଡରାଇବା ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗ ହୋଇଛି। ଗତ ବର୍ଷ ନଭେମ୍ବରରେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking