34.1 C
Bhubaneswar
Friday, October 18, 2024
Homeଓଡିଶା୨୦ରେ +୨ ପ୍ରଥମ ମେଧା ତାଲିକା, ୨୨ରେ ନାମଲେଖା

୨୦ରେ +୨ ପ୍ରଥମ ମେଧା ତାଲିକା, ୨୨ରେ ନାମଲେଖା

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ପାଇଁ ଗତ ୧୨ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ତେବେ ପ୍ରଥମ ପର୍ଯାୟ ନାମଲେଖାର ପ୍ରଥମ ମେଧା ତାଲିକା ଆସନ୍ତା ୨୦ତାରିଖରେ ପ୍ରକାଶ ପାଇବ । ଏ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ମନୋନୀତ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ତଥ୍ୟ ହ୍ୱାଟସ୍‌ଆପ୍ କିମ୍ବା ଏସ୍‌ଏମ୍‌ଏସ୍ ମାଧ୍ୟମରେ ପାଇପାରିବେ । ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ନିଜର ଇଣ୍ଟିମେସନ୍ ଲେଟର ସାମ୍ସ ପୋର୍ଟାଲରୁ ଡାଉନଲୋଡ୍ କରିପାରିବେ । ଏହାପରେ ମନୋନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆସନ୍ତା ୨୨ରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୭ରୁ ୧୦ତାରିଖ ମଧ୍ୟରେ ନାମଲେଖାଇବେ । ଏହାପରେ ଯଦି ସିଟ୍ ବଳକା ରହେ ତେବେ ଅଗଷ୍ଟ ୨୦ରେ ସ୍ପଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବ । ୨୨ରୁ ୨୮ ତାରିଖ ମଧ୍ୟରେ ସ୍ପଟ ନାମଲେଖା ଅନୁଷ୍ଠିତ ହେବ । ଅଗଷ୍ଟ ୧ ରୁ ଯୁକ୍ତଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ୨୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ମୋଟ ୫,୪୮,୩୧୩ ସିଟ୍ ରହିଛି । ଚଳିତବର୍ଷ ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ୪,୭୬,୦୭୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking