17.7 C
Bhubaneswar
Friday, December 27, 2024
Homeଖେଳପ୍ୟାରିସ୍ ଅଲିମ୍ପିକ ପୂର୍ବରୁ ନାଗଲ୍‌ଙ୍କ ର‌୍ୟାଙ୍କିଙ୍ଗ୍‌ରେ ଉନ୍ନତି

ପ୍ୟାରିସ୍ ଅଲିମ୍ପିକ ପୂର୍ବରୁ ନାଗଲ୍‌ଙ୍କ ର‌୍ୟାଙ୍କିଙ୍ଗ୍‌ରେ ଉନ୍ନତି

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ ଆରମ୍ଭକୁ ଆଉ ମାତ୍ର କିଛିଦିନ ବାକି ରହିଛି । ଭାରତକୁ ନିଜ ଦଳଠାରୁ ଉନ୍ନତ ପ୍ରଦର୍ଶନର ଆଶା ରହିଛି । ଇତିମଧ୍ୟରେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ସୁମିତ୍ ନାଗଲ୍‌ଙ୍କୁ ଏଟିପି ସିଙ୍ଗଲ୍ସ ର‌୍ୟାଙ୍କିଙ୍ଗ୍‌ରେ ଲାଭ ମିଳିଛି । ସୋମବାର ଜାରି ଏଟିପି ର‌୍ୟାଙ୍କିଙ୍ଗ୍‌ରେ ନାଗଲ୍ କ୍ୟାରିୟର୍ ସର୍ବଶ୍ରେଷ୍ଟ ୬୮ତମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କୁ ପାଞ୍ଚଟି ସ୍ଥାନର ଲାଭ ହୋଇଛି । ଫଳରେ ନାଗଲ୍ ପୂର୍ବତନ ଖେଳାଳି ଶଶି ମେନନ୍ (ବିଶ୍ୱ ନଂ. ୭୧)ଙ୍କୁ ପଛରେ ପକାଇ ୧୯୭୩ ପରେ ସର୍ବୋଚ୍ଚ ର‌୍ୟାଙ୍କିଙ୍ଗ୍‌ର ଭାରତୀୟ ଖେଳାଳିଙ୍କ ସୂଚୀର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିଜୟ ଅମୃତରାଜ (୧୯୮୦ରେ ୧୮ତମ ସ୍ଥାନ), ରମେଶ କ୍ରିଷ୍ଣନ୍ (୧୯୮୫ରେ ୨୩ତମ ସ୍ଥାନ) ଏବଂ ସୋମଦେବ ଦେବବର୍ମନ୍ (୨୦୧୧ରେ ୬୨ତମ ସ୍ଥାନ) ଏଟିପି ସର୍କିଟ୍‌ରେ ନାଗଲଙ୍କଠାରୁ ଉଚ୍ଚ ର‌୍ୟାଙ୍କିଙ୍ଗ୍ ହାସଲ କରିଥିଲେ ।
ଗତ କିଛିଦିନ ଧରି କରିଆସୁଥିବା ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ନାଗଲ୍‌ର ର‌୍ୟାଙ୍କିଙ୍ଗ୍‌ରେ ସୁଧାର ହୋଇଛି ଏବଂ ସିଙ୍ଗଲ୍ସ ବର୍ଗରେ ସେ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛନ୍ତି । ନାଗଲ ଚଳିତ ବର୍ଷର ଆରମ୍ଭ ଅଷ୍ଟ୍ରେଲିଆନ୍ ଓପନ୍‌ରେ କଜାଖସ୍ତାନର ୩୧ତମ ର‌୍ୟାଙ୍କ୍‌ର ଖେଳାଳି ଆଲେକ୍‌ଜାଣ୍ଡର୍ ବୁବ୍‌ଲିକ୍‌ଙ୍କ ବିପକ୍ଷରେ ବିଜୟରୁ କରିଥିଲେ । ଏହା ବ୍ୟତୀତ ସେ ଫ୍ରେଞ୍ଚ୍ ଓପନ୍ ଏବଂ ୱିମ୍ବଲଡନ୍‌ରେ ମଧ୍ୟ ଭାଗ ନେଇଥିଲେ ।
ନାଗଲ ଜୁନ୍‌ରେ ଜର୍ମାନୀରେ ହିଲ୍‌ବ୍ରିନ୍ ନେକରକପ୍ ୨୦୨୪ ଚ୍ୟାଲେଞ୍ଜର୍ ଇଭେଣ୍ଟ୍ ଏବଂ ଫେବୃଆରୀରେ ଚେନ୍ନାଇ ଓପନ୍‌ରେ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଥିଲେ । ବର୍ତ୍ତମାନ ସର୍ବଶ୍ରେଷ୍ଠ ର‌୍ୟାଙ୍କିଙ୍ଗ୍‌ର ଭାରତୀୟ ସିଙ୍ଗଲ୍ସ ଖେଳାଳି ନାଗଲ୍ ୨୦୨୩ରେ ଚାରିଟି ଏଟିପି ଚ୍ୟାଲେଞ୍ଜ୍ ଜିତିଥିଲେ । ହେଲିବ୍ରିନ୍ କ୍ଲେ କୋର୍ଟ ଚ୍ୟାଲେଞ୍ଜର୍ ତାଙ୍କର ଚତୁର୍ଥ ଟାଇଟଲ୍ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking