24.1 C
Bhubaneswar
Monday, April 6, 2026
Homeଓଡିଶାଗୁରୁବାର ଖୋଲିବ ଭିତର ରତ୍ନଭଣ୍ଡାର

ଗୁରୁବାର ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ :ଆସନ୍ତା ୧୮ ତାରିଖ ଅର୍ଥାତ ଗୁରୁବାର ଦିନ ଖୋଲିବ ଭିତର ରତ୍ନଭଣ୍ଡାର । ସକାଳ ୯.୫୧ରୁ ୧୨.୧୫ ମଧ୍ୟରେ ରହିଛି ଶୁଭ ମୂହୁର୍ତ୍ତ। ଏହି ସମୟ ମଧ୍ୟରେ ଟ୍ରେଜେରିରେ ଥିବା ୨ଟି ଚାବି ଆଣି ରତ୍ନଭଣ୍ଡାର ଖୋଲାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି। ଭିତର ରତ୍ନଭଣ୍ଡାର ଭିତରେ ଥିବା ରତ୍ନକୁ ଗଣତି ମଣତି କରାଯିବ। ରତ୍ନ ଗଣତି ମଣତିର ଭିଡ଼ିଓ ରେକଡିଂ କରାଯିବ। ରତ୍ନଭଣ୍ଡାର ଭିତର ମରାମତି ଆବଶ୍ୟକ ହେଲେ କରାଯିବ। ରତ୍ନ ସ୍ଥାନାନ୍ତର ବେଳେ ମାଜିଷ୍ଟ୍ରେଟ, ଓଡ୍ରାଫ, ପୋଲିସ, ଅଗ୍ନିଶମ ରହିବେ। ମେଡିକାଲ ଟିମ୍, ସ୍ନେକ ହେଲ୍ପଲାଇନ ସଦସ୍ୟ ବି ଉପସ୍ଥିତ ରହିବେ। ଭିତର ରତ୍ନ ଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ରତ୍ନ। ରତ୍ନ ଗଣତି ପରେ ଏଏସଆଇକୁ ଭଣ୍ଡାର ମରାମତି ନେଇ ଅନୁମତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking