28.3 C
Bhubaneswar
Thursday, May 14, 2026
Homeଓଡିଶାଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ରଥ

ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ରଥ

ପୁରୀ: ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା । ଏହି ଅବସରରେ ମହାପ୍ରଭୁ ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ରଥ । ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ପ୍ରଥମେ ତାଳଧ୍ବଜରେ ବଡ଼ଠାକୁର ବାହାରିଛନ୍ତି। ହଜାର ହଜାର ଭକ୍ତ ଶ୍ରଦ୍ଧାର ସହିତ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ଅଭିମୁଖେ ବାହାରି ସାରିଛି । ଶେଷରେ କାଳିଆ ଠାକୁର ନନ୍ଦିଘୋଷ ରଥକୁ ମଧ୍ୟ ଟଣା ଯାଇଛି । ବାହୁଡ଼ାଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ଦେଖାଯାଇଛି। ହରିବୋଳ, ହୁଳହୁଳି, ଘଣ୍ଟଘଣ୍ଟିର ସ୍ବରରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି ।ଏହା ପୂର୍ବରୁ ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ରଥ ଉପରେ ବିରାଜିଥିଲେ। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ବିଜେ କରିଥିଲେ ଶ୍ରୀସୁଦର୍ଶନ। ସେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜିଥିଲେ। ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଝୁଲି ଝୁଲି ତାଳଧ୍ୱଜ ରଥକୁ ଆସିଥିଲେ ବଡ଼ ଠାକୁର। ଏହାପରେ ମା ସୁଭଦ୍ରାଙ୍କ ପହଣ୍ଡିରେ ଆସି ‌ଦର୍ପଦଳନ ରଥରେ ବିରାଜମାନ ହୋଇଥିଲେ। ଶେଷରେ ପହଣ୍ଡିରେ ଆସି ଶ୍ରୀଜଗନ୍ନାଥ ନିଜର ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ୟ୍ୟ ସଂପନ୍ନ ହେବା ପାଇଁ କାମ ହୋଇଥିଲା। ନିର୍ଦ୍ଧାରିତ ସମୟ ଅନୁଯାୟୀ କାମ ହୋଇଥିବାରୁ ଅପରାହ୍ଣ ୪ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ଶେଷ ପରେ ଜୁଲାଇ ୧୭ ତାରିଖରେ ସୁନାବେଶ, ୧୮ରେ ଅଧରପଣା ଓ ୧୯ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking