27.1 C
Bhubaneswar
Friday, December 12, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ମଣିଷ ନିଜର ମୁର୍ଖତା, ଅଜ୍ଞତା
ଅନ୍ତରଦର୍ଶନ ଭାବନାର ଅଭାବରେ,
ନିଜର ଦୋଷ ଥାଇ ଅପରକୁ
ଭୁଲ ଦେଖାଇ ଅଙ୍ଗୁଠି ନିର୍ଦ୍ଦେଶ କରେ ।

କାଚ ଆଉ ସମ୍ପର୍କ ଦୁହେଁ ଏକାପରି କାଚ କୈାଣସି ଭୁଲ୍ ପାଇଁ ଭାଙ୍ଗିଥାଏ ଆଉ ସମ୍ପର୍କ ଭୁଲ୍ ବୁଝାମଣା ଯୋଗୁଁ ଭାଙ୍ଗିଥାଏ ।*

ସାଥିରେ ରହି ଯିଏ ଆମକୁ ଧୋକା ଦିଏ ତାଠାରୁ ବଡ଼ ଶତ୍ରୁ କେହି ନାହିଁଁ ଏବଂ ଯିଏ ଆମ ମୁହଁ ଉପରେ ଆମର ଭୁଲ୍ କହିଥାଏ, ତାଠାରୁ ବଡ଼ ମିତ୍ର କେହି ନାହିଁଁ ।*

ଚରିତ୍ରରେ ମଇଳା ରଖି ଚେହେରାକୁ ଯେତେ ସଜାଇଲେ ମଧ୍ୟ ସେ ସୁନ୍ଦରତାର କୈାଣସି Value ନଥାଏ କାହିଁକି ନା Mirror ଆଲୋକରେ Shining ହୋଇଥାଏ ଅନ୍ଧାକାରରେ ନୁହେଁ .
ଜୀବନରେ ସବୁ କିଣି ପାରିବେ, ହେଲେ ଆଶୀର୍ବାଦ କି ଭଲପାଇବା କିଣି ପାରିବ ନାହିଁ….

ତାହା ଆମର କର୍ମ ଅନୁସାରେ ମିଳିଥାଏ….

ଓଁ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣଂ

ଅଦ୍ଯ ମିଥୁନ ଦି୩୧ନ , ଆଷାଢ଼ ଶୁକ୍ଳ ନବମୀ ଦ୩୪।୪୯ ରାଘ୭।୧୬ ସ୍ଵାତୀ ଦ୪୯।୪୨ ରାଘ୧।୧୩,ତୁଳା ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମିଥୁନ ଦ୫/୧୯/୦ ଇଂଘ ୫/୧୯/୪୨ ଗତେ ଉଦୟ।
ଧନୁ ଦ୫/୧/୪୦ ଇଂଘ ୬/୨୫/୩ ଗତେ ଅସ୍ତ ।
ଯୋଗିନୀ ପୂର୍ବେ । ରାତ୍ରି ଘ୭।୧୬ ଗତେ ଉତ୍ତରେ ।ଯାତ୍ରାଦି ଶୁଭକର୍ମ ନାସ୍ତି । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧ । ୧୦ ଗତେ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ଵାତୀ ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ମିଥୁନ ରାଶିର ଘାତବାର । ଦିବା ଘ୬।୫୮ ଗତେ ଘ୮।୩୫ ମଧ୍ୟେ ।କାଳବେଳା । ଘ୩।୮ ଗତେ ଘ୪ ।୪୬ ମଧ୍ୟେ ବାରବେଳା । ରାତ୍ରି ଘ୧୦ ।୩୦ ଗତେ ଘ୧୧ ।୫ ୨ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୧ ।୧୩ ଗତେ ପାଦଦୋଷ । ଫଳଂ ଗୋତ୍ର ନାଶ ।ତିଳକାଞ୍ଚନ ଦାନ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ (ଲାଭ) ରାତ୍ରି ଘ୭ । ୧୪ ଗତେ କଳମ୍ବୀ (କଳମଶାଗ) ଭକ୍ଷଣ ନିଷେଧ ।ମାସାନ୍ତ।
(ଅମୃତ)- ଦିବା ଘ୬।୫୬ ମଧ୍ୟେ ଘ୧୦ ।୯ ଗତେ ଘ୧୨ ।୩୩ ମଧ୍ୟେ ରାତ୍ରି ଘ୭।୧୨ ଗତେ ଘ୯ ।୩୬ ମଧ୍ୟେ ଘ୧୨ ।୦ ଗତେ ଘ୩।୧୨ ମଧ୍ୟେ । (ମାହେନ୍ଦ୍ର)- ଦିବା ଘ୨ ।୫୭ ଗତେ ଘ୪ ।୩୩ ମଧ୍ୟେ ।

ରାଶି ଫଳ
ମେଷ: ଆପଣ ବ୍ୟବସାୟ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ସନ୍ତାନ ସଫଳତାରୁ ସୁଖ ଅନୁଭୂତି ମିଳିବ। ଅଫିସରେ ମହତ୍ତ୍ବପୂର୍ଣ୍ଣ କାମ ପାଇବେ।

ବୃଷ: ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ମିଥୁନ: ପରିବାରରେ ଧାର୍ମିକ ଅନୁଷ୍ଠାନ ଆୟୋଜନ ଲାଗି ପ୍ରସ୍ତୁତି କରିବେ। କାମରେ ଜୀବନସାଥୀ ସହଯୋଗ କରିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବ‌ା ପାଇଁ ଭାବିବେ।

କର୍କଟ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବା ଲାଗି ଚେଷ୍ଟା କରିବେ। ଆଖପାଖର ଲୋକ ଆପଣଙ୍କର ବିରୋଧ କରିବେ।

ସିଂହ: ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟରେ ବନ୍ଧୁଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେ‌ବ।

କନ୍ୟା: ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଅଫିସରେ ସହକର୍ମୀ ସହାୟତା କରିବେ। ଏଭଳି ଲୋକଙ୍କ ସହ ମିଶିବେ ଯେଉଁମାନେ ଭବିଷ୍ୟତରେ ସାହାଯ୍ୟ କରିବେ।

ତୁଳା: ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ କାମ ପୂରା ହେବ। ବିବାଦଠୁଁ ଦୂରରେ ରୁହନ୍ତୁ। ନୂଆ କାମର ଯୋଜନା କରିବେ। ଆମଦାନି ଉତ୍ସରେ ବୃଦ୍ଧି ହେବ।

ବିଛା: ଆର୍ଥିକ ପକ୍ଷ ସୁଦୃଢ଼ ରହିବ। କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ଧନୁ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଘରୋଇ ଜିନିଷ କିଣିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତି କରିବେ।

ମକର: ବେପାର ପାଇଁ କୌଣସି ବଡ଼ କଂପାନି ସହ ଚୁକ୍ତିର ଅବସର ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବେ।

କୁମ୍ଭ: ଆପଣଙ୍କୁ ଧନଲାଭର ମଉକା ମିଳିବ। ନୂଆ କାମର ରୁଚି ବଢ଼ିବ। ପାରିବାରିକ ଜୀବନ ଉତ୍ସବମୁଖର ହେବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ।

ମୀନ: ଶୁଭ ଖବର ପାଇବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ପରିବର୍ତ୍ତନ ପାଇଁ ଭାବିବେ। ଅଫିସରେ ବାତାବରଣ ଟିକେ ଅଲଗା ରହିବା ଯୋଗୁଁ କାମ ପୂରା କରିବାକୁ ସମୟ ଲାଗିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking