ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଥିବା ବିଭିନ୍ନ ଥାନା ମାନଙ୍କରେ ଗଠିତ ପିଓପିଡି ଏବଂ ଟିମ୍-୬୦ର ସଦସ୍ୟମାନେ ବେଆଇନ ନିଶା ଦ୍ରବ୍ୟ ବିକ୍ରି ଓ ସେବନ ଉପରେ ନଜର ରଖିବା ସହ ଏହି ପରିପ୍ରେକ୍ଷୀରେ ଗତ ଜୁନ ମାସ ୧ ତାରିଖରୁ ଚଳିତ ଜୁଲାଇ ମାସ ୧୨ ତାରିଖ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୮ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇ ୧୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ମୋଟ ୯୫ଗ୍ରାମ ୮୧୦ ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୨,୬୬,୮୨୦ ଟଙ୍କା, ୫ ଟି ମୋବାଇଲ ଫୋନ ଏବଂ ୧୦ଟି ଯାନ ଜବତ କରାଯାଇଥିଲା । ସେହିପରି ଗତ ଜୁନ ମାସ ୧ ତାରିଖରୁ ଚଳିତ ଜୁଲାଇ ମାସ ୧୨ ତାରିଖ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୭ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ୧କୁଇଣ୍ଟାଲ ୭୨କେଜି ୩୫୦ଗ୍ରାମ ଓଜନର ଗଞ୍ଜେଇ, ୭୬,୭୬୦ଟଙ୍କା, ୩ଟି ମୋବାଇଲ ଫୋନ ଏବଂ ୩ଟି ଯାନ ଜବତ କରାଯାଇଥିଲା । ଏହି କ୍ରମରେ ଗତ ଜାନୁୟାରୀ ମାସ ୧ତାରିଖ ଠାରୁ ଚଳିତ ଜୁଲାଇ ମାସ ୧୨ ତାରିଖ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୩୩ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇ ୬୧ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ୫୨୪ଗ୍ରାମ ୭୮୦ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୬ ଲକ୍ଷ ୨୨ ହଜାର ୬୨୫ ଟଙ୍କା, ୨୦ଟି ମୋବାଇଲ ଫୋନ, ୨୫ଟି ଦୁଇଚକିଆ ଯାନ ଏବଂ ୩ଟି ଚାରିଚକିଆ ଯାନ ଜବତ କରାଯାଇପାରିଥିଲା । ସେହିପରି ଗତ ଜାନୁୟାରୀ ମାସ ୧ ତାରିଖରୁ ଚଳିତ ଜୁଲାଇ ମାସ ୧୨ ତାରିଖ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୩୫ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୫୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ୪କୁଇଣ୍ଟାଲ ୯୮କେଜି ୧୨୦ଗ୍ରାମ ଓଜନର ଗଞ୍ଜେଇ, ୧ ଲକ୍ଷ ୫୭ ହଜାର ୮୪୦ ଟଙ୍କା, ୧୬ଟି ମୋବାଇଲ ଫୋନ, ୬ଟି ଦୁଇଚକିଆ ଯାନ, ଗୋଟିଏ ତିନିଚକିଆ ଯାନ ଏବଂ ୬ଟି ଚାରି ଚକିଆ ଯାନ ଜବତ କରାଯାଇପାରିଥିଲା । ଏହିପରି ଭାବରେ ଗତ ଜାନୁୟାରୀ ରୁ ଏଯାବତ ମୋଟ ୬୮ ଟି ବେଆଇନ ବ୍ରାଉନ ସୁଗାର ଓ ଗଞ୍ଜେଇ ବିକ୍ରି ମାମଲାରେ ମୋଟ ୧୧୮ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇସାରିଲାଣି କମିଶନରେଟ୍ ପୁଲିସ ।