21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌: ୭୧ ହମାସ ସୈନିକଙ୍କ ମୃତ୍ୟୁ

ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌: ୭୧ ହମାସ ସୈନିକଙ୍କ ମୃତ୍ୟୁ

ଜେରୁଜେଲମ୍‌: ଗତ ନଅ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଯୁଦ୍ଧ ଚାଲିଛି । ହମାସକୁ ହଟାଇବା ପାଇଁ ଇସ୍ରାଏଲ ଦୃଢ଼ ପ୍ରତିଜ୍ଞା କରିଛି । ତେବେ ଏହି ପ୍ରତିଜ୍ଞା ଗାଜା ଅଞ୍ଚଳର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଗାଜାରେ ଇସ୍ରାଏଲର ସେନାର କାର୍ଯ୍ୟ ଜାରି ରହିଛି । ଏହି ସମୟ ମଧ୍ୟରେ ଖବର ଆସିଛି ଯେ ଇସ୍ରାଏଲ ପୁଣି ଥରେ ଗାଜା ଷ୍ଟ୍ରିପ୍ ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ହମାସ ଟ୍ରୁପ୍ ମୁଖ୍ୟ ମହମ୍ମଦ ଦଇଫଙ୍କ ସମେତ ୭୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦେଇଛି । ଅନ୍ୟପକ୍ଷରେ, ଗାଜା ଷ୍ଟ୍ରିପ୍‌ର ଖାନ ୟୁନିସରେ ଇସ୍ରାଏଲ ଆତଙ୍କ ସୃଷ୍ଟି କରିଛି । ଗାଜା ଷ୍ଟ୍ରିପର ଖାନ ୟୁନିସ ଅଞ୍ଚଳରେ ଇସ୍ରାଏଲ ଏହି ଆକ୍ରମଣ କରିଛି । ଇସ୍ରାଏଲର ଅଧିକାରୀମାନେ କହିଛନ୍ତି ସେମାନେ ଦଇଫଙ୍କ ଶିବିରକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଛନ୍ତି । ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ମହମ୍ମଦ ଦଇଫଙ୍କୁ ବିବେଚନା କରାଯାଏ । ଅକ୍ଟୋବର ୭ରେ ହମାସ ଇସ୍ରାଏଲରେ ଆତଙ୍କ ସୃଷ୍ଟି କରିଥିଲା ।

୧,୨୦୦ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି କାରଣରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଇସ୍ରାଏଲ୍ ଗତ ବର୍ଷ ଠାରୁ ଦଇଫ୍‌ଙ୍କୁ ଟାର୍ଗେଟ ତାଲିକାରେ ରଖିଥିଲା । ଦଇଫଙ୍କ ନେତୃତ୍ୱରେ ହମାସ ଅନେକ ଥର ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ଆକ୍ରମଣରେ ୨୮୯ ଜଣ ଆହତ ହୋଇଛନ୍ତି । ପ୍ରକାଶ ଯେ, ଅନେକ ଆହତ ଓ ମୃତ ବ୍ୟକ୍ତିଙ୍କୁ ଖାନ ୟୁନିସ ଅଞ୍ଚଳର ନାସିର ହସ୍ପିଟାଲକୁ ନିଆଯାଇଛି । ତେବେ ଇସ୍ରାଏଲ୍ ମିଲିଟାରୀ ଫୋର୍ସ (ଆଡିଏଫ) ମୁୱାସି ଉପରେ ଏହି ଆକ୍ରମଣ କରିଛି କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ମୁୱାସି ଇସ୍ରାଏଲ୍ ଅଧୀନରେ ଏବଂ ଉତ୍ତର ରାଫା ଠାରୁ ଖାନ୍ ୟୁନିସ୍ ପର୍ଯ୍ୟନ୍ତ ବିସ୍ତୃତ । ହଜାର ହଜାର ପାଲେଷ୍ଟାଇନ ଶରଣାର୍ଥୀ ଖାନ ୟୁନିସର କ୍ୟାମ୍ପରେ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking