30.1 C
Bhubaneswar
Thursday, February 12, 2026
Homeଓଡିଶାଶ୍ରୀ ଶ୍ରୀ ଜଗନ୍ନାଥ ମହୋତ୍ସବ ୨୦୨୪ ଅନୁଷ୍ଠିତ

ଶ୍ରୀ ଶ୍ରୀ ଜଗନ୍ନାଥ ମହୋତ୍ସବ ୨୦୨୪ ଅନୁଷ୍ଠିତ

ଯାଜପୁର : ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଵନ ପରିସରରେ ସାର୍ଥକ ଫାଉଣ୍ଡେସନ ଓ କମଳାକାନ୍ତ ମିଶ୍ର ପାଂଉଣ୍ଡେସନ ମିଳିତ ଆନୁକୁଲ୍ୟ ରେ ଶ୍ରୀ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭୁପତି ଭୁଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ବୈକୁଣ୍ଠନାଥ ପତି ଯୋଗ ଦେଇ ଜଗନ୍ନାଥ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବୀ ନାଗେଶ୍ୱର ବେହେରା,ଶିକ୍ଷକ ପାର୍ଥ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଫାଉଣ୍ଡେସନର ଏହି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଫାଉଣ୍ଡେସନର ସଭାପତି ସଞ୍ଜୟ ମିଶ୍ର ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ କରାଯିବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ବର୍ଷ ତମାମ ବିଭିନ୍ନ ସ୍ୱାସ୍ଥ୍ୟ କ୍ୟାମ୍ପ,୩ ଚକିଆ ଯାନ ପ୍ରଦାନ ଭଳି ଅନେକ ଜନ ହିତକର କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ପରିଶେଷରେ ଅନ୍ଵେଷଣ ଥିଏଟର ଗ୍ରୁପ ର କଳାକାରଙ୍କ ଦ୍ଵାରା ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଓଡ଼ିଶୀ,ଭଜନ, ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking